ଗୁଣନିଧି କପ୍ ଫୁଟ୍‌ବଲ୍ ଆରମ୍ଭ

ଭୁବନେଶ୍ବର: ପୁରୁଣା ଭୁବନେଶ୍ବରର ଲିଙ୍ଗରାଜ କ୍ଲବ୍ ପକ୍ଷରୁ ସ୍ଥାନୀୟ ବିଏମ୍ ହାଇସ୍କୁଲ୍ ପଡ଼ିଆରେ ୧୩ତମ ଗୁଣନିଥି କପ୍‌ ଫୁଟ୍‌ବଲ୍ ପ୍ରତିଯୋଗିତା ସୋମବାରଠାରୁ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ କଳିଙ୍ଗ ସ୍ପୋର୍ଟିଂ କ୍ଲବ୍‌ ୩-୧ ଟାଇବ୍ରେକର୍ ଗୋଲ୍‌ରେ ଖୋର୍ଧାର ଜୟଦୁର୍ଗା କ୍ଲବ୍‌କୁ ପରାସ୍ତ କରିଛି। ଦ୍ବିତୀୟାର୍ଧରେ ଜୟଦୁର୍ଗା ଏକମାତ୍ର ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ନିଷ୍ଫଳ ରହିଥିଲା। ନିୟମିତ ସମୟରେ ମ୍ୟାଚ୍‌ ଗୋଲଶୂନ୍ୟ ରହିଥିଲା। ଟା‌ଇବ୍ରେକରରେ କଳିଙ୍ଗ ସ୍ପୋର୍ଟିଂର ମିଟୁ ବେହେରା, ମହେନ୍ଦ୍ର ଜାଲି, ଶିବ ବାରିକ ଗୋଲ୍ ଦେଇଥିଲେ। ଜୟଦୁର୍ଗା କ୍ଲବ୍ ପକ୍ଷରୁ ଅବିନାଶ ଏକମାତ୍ର ଗୋଲ୍ ଦେଇଥିଲେ। ପୂର୍ବରୁ ଏହି ପ୍ରତିଯୋଗିତାକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ରବୀନ୍ଦ୍ର କୁମାର ମହାପାତ୍ର, ଦାଶରଥୀ ଗରାବଡ଼ୁ, ଗଣେଶ ଚନ୍ଦ୍ର ପାଲ, ଲିଙ୍ଗରାଜ କ୍ଲବ୍ ସମ୍ପାଦକ ଅଜୟ କୁମାର ଦାଶ, ନରେନ୍ଦ୍ର ସେଠୀ, ଶ୍ୟାମସୁନ୍ଦର ସାହୁ, ମଣିଆ ମହାସୁଆର, ପୃଥୀନ ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ। ରାମଚନ୍ଦ୍ର ମିଶ୍ର, ପ୍ରଫୁଲ୍ଲ ବେହେରା, ସାଗିର୍‌ ଅହମ୍ମଦ, ଅମଜାଦ୍‌ ଖାନ୍‌, ଆଦିତ୍ୟ ନାରାୟଣ ପାଲ୍ ପ୍ରମୁଖ ମ୍ୟାଚ୍ ପରିଚାଳନା କରିଥିଲେ। ମଙ୍ଗଳବାର ଶରଣକୁଳର ଲଡୁକେଶ ଆଥ୍‌ଲେଟିକ୍ ଆସୋସିଏସନ୍ ସହିତ ବାରଙ୍ଗର ଗଣ୍ଡରପୁର ସ୍ପୋର୍ଟିଂ ମଧ୍ୟରେ ମୁକାବିଲା ହେବ।

ସମ୍ବନ୍ଧିତ ଖବର