ହଂକଂ ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ସରେ ରାକେଶଙ୍କୁ ୨ ସ୍ୱର୍ଣ୍ଣ

ଭୁବନେଶ୍ୱର: ରାଜ୍ୟର ଶ୍ରେଷ୍ଠ ଜିମ୍ନାଷ୍ଟିକ୍ସ ତାରକା ରାକେଶ କୁମାର ପାତ୍ର ଅନ୍ତର୍ଜାତୀୟ ସ୍ତରରେ ପୁଣି ଥରେ ଓଡ଼ିଶାକୁ ଗୌରବାନ୍ଵିତ କରିଛନ୍ତି। ହଂକଂରେ ଆୟୋଜିତ ‘ହଂକଂ ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ସ ପ୍ରତିଯୋଗିତା’ରେ ଷ୍ଟିଲ୍‌ ରିଙ୍ଗ୍‌ ଏବଂ ପାରାଲାଲ ବାର୍‌ରେ ସେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ହାସଲ କରିଛନ୍ତି। ଏଥିସହିତ ରାକେଶ ମଧ୍ୟ ଏହି ପ୍ରତିଯୋଗିତାର ଅଲରାଉଣ୍ଡ ବିଜେତା ହେବାର ଯୁଗଳ ଖୁସି ପାଇଛନ୍ତି। ସର୍ଭିସେସର ପ୍ରତିନିଧିତ୍ୱ କରୁଥିବା ରାକେଶ ଚଳିତ ବର୍ଷର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସୀୟ କ୍ରୀଡ଼ାକୁ ଆଖି ଆଗରେ ରଖି ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରୁଛନ୍ତି।

ସମ୍ବନ୍ଧିତ ଖବର