ସୋସିଆଲ ମିଡିଆରେ ମୋଦିଙ୍କ ଉପରେ ଟୁଇଟ୍‌ ନେଇ କ୍ଷମା ମାଗିଲା ଆଇସିସି, ତଦନ୍ତ ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ସୋସିଆଲ ମିଡିଆରେ ହୋଇଥିବା ଟୁଇଟ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) କ୍ଷମା ମାଗିଛି। ଆଇସିସିର ଅଫିସିଆଲ ଟୁଇଟର ଆକାଉଣ୍ଟରେ ମୋଦିଙ୍କୁ ନେଇ ଟୁଇଟ ଭାଇରାଲ ହେବା ପରେ ଆଇସିସି କ୍ଷମା ମାଗିଛି।

କ୍ରିକେଟ ସହିତ ସମ୍ପର୍କ ନଥିବା ଏକ ଟୁଇଟ ଆଜି ଆଇସିସିର ଅଫିସିଆଲ ଟୁଟରରେ ଦେଖିବାକୁ ମିଳିଥିଲା। ଏହି ଟୁଇଟ ଖୁବ କମ ସମୟ ରହିବା ପରେ ଅଫିସ ତରଫରୁ ବାହାର କରି ଦିଆଯାଇଥିଲା।

ଏହି ଘଟଣା କେମିତି ହେଲା ଏହାର ତଦନ୍ତ ହେବ ବୋଲି ଆଇସିସି କହିଛି। ଆଜି ସକାଳୁ ମୋଦି ଓ ଆତ୍ମଘୋଷିତ ବାବା ଆସାରାମ ବାପୁଙ୍କୁ ନେଇ ଆଇସିସିର ଅଫିସିଆଲ ଟୁଇଟର ଆକାଉଣ୍ଟରେ ଟୁଇଟ ହୋଇଥିଲା। ୨୦୧୩ରେ ଆସାରାମ ବାପୁ ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଆଜି ତାଙ୍କୁ ଯୋଧପୁରର ଏକ ଅଦାଲତ ଦୋଷୀ ସାବ୍ୟସ୍ତ କରିଛି।

ସୋସିଆଲ ମିଡିଆରେ ଟୁଇଟ୍‌ର ସେୟାର ହେବା ପରେ ଅନେକ ୟୁଜର୍ସ କହିଥିଲେ, ଆଇସିସିର ଟୁଇଟରକୁ କିଏ ଦେଖାରେଖା କରୁଛି। ଆଇସିସିର ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏଭଳି ଅଭିଯୋଗ ପୂର୍ଣ୍ଣ ପୋଷ୍ଟ ପ୍ରକାଶିତ ହେବା ଦୁର୍ଭାଗ୍ୟର ବିଷୟ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର