ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଗୁପଟିଲ ଆଉଟ୍‌, ନ୍ୟୁଜିଲାଣ୍ଡ ୩/୯୪

ମୁମ୍ବାଇ: ଦ୍ୱିତୀୟ ପାଳିରେ ୨୮୧ ରନ୍‌ ବିଜୟ ଲକ୍ଷ୍ୟ ନେଇ ଓ୍ଵାଙ୍ଖଡେ ଷ୍ଟାଡିିୟମରେ ଖେଳୁିଥିବା ନ୍ୟୁଜିଲାଣ୍ଡ ୩ୟ ଓ୍ଵିକେଟ ହରାଇଛି। ମାର୍ଟିନ ଗୁପଟିଲ୍‌(୩୨) ହାର୍ଦିକ ପାଣ୍ଡ୍ୟାଙ୍କ ବଲ ଦିନେଶ କାର୍ତ୍ତିକଙ୍କୁ ଦେଇଥିଲେ। ପୂର୍ବରୁ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ୮ଟି ବଲ ଖେଳି ୬ରନ୍‌ ସଂଗ୍ରହ କରିବା ପରେ କୁଲଦୀପ ଯାଦବଙ୍କ ବଲ କେଦାର ଯାଧବଙ୍କୁ କ୍ୟାଚ ଦେଇଥିଲେ।

ଓପନର କୋଲିନ ମୁରନୋ(୨୮) ଯଶପ୍ରିତ ବୁମରାଙ୍କ ବଲ ଦିନେଶ କାର୍ତ୍ତିକଙ୍କୁ ଦେଇଛନ୍ତି। ରିପୋର୍ଟ ଲେଖା ଯିବା ବେଳକୁ ନ୍ୟୁଜିଲାଣ୍ଡ ୨୦ଓଭରରେ ୩ଟି ଓ୍ଵିକେଟ ହରାଇ ୯୪ ରନ୍‌ ସଂଗ୍ରହ କରିଛି। ରସ୍‌ ଟେଲର ଓ ଟମ୍‌ ଲଥମନ କ୍ରିଜରେ ଅଛନ୍ତି।

ପ୍ରଥମ ପାଳିରେ ଅଧିନାୟକ ବିରାଟ କୋହଲିଙ୍କ ୨୦୦ ତମ ଦିନିକିଆରେ ଶତକ(୧୨୧) ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୮ଟି ଓ୍ଵିକେଟ ହରାଇ ୨୮୦ ରନ୍‌ ସଂଗ୍ରହ କରିଛି। କୋହଲି ୧୨୫ଟି ବଲ ଖେଲି ଟିମ୍‌ ସାଉଦୀଙ୍କ ବଲ ଟ୍ରେଣ୍ଟ ବୋଲ୍ଟକୁ କ୍ୟାଚ ଦେଇ ପାଭଲିୟନକୁ ଫେରିଥିବା ବେଳେ, ଭୁବନେଶ୍ୱର କୁମାର(୨୬) ଟିମ୍‌ ସାଉଦୀଙ୍କ ବଲ ହେନ୍‌ରୀ ନିକ୍‌ହୋଲଙ୍କୁ କ୍ୟାଚ ଦେଇଥିଲେ। ସେହିଭଳି ହାର୍ଦିକ ପାଣ୍ଡ୍ୟା ୧୬ଟି ବଲ ଖେଳି ୧୬ ରନ୍‌ ହାସଲ କରିବା ପରେ ଟ୍ରେଣ୍ଟ ବୋଲ୍ଟଙ୍କ ବଲ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ଙ୍କୁ କ୍ୟାଚ ଦେଇଥିଲେ। ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନି(୨୫) ଟେଣ୍ଟ ବୋଲ୍ଟଙ୍କ ବଲ ମାର୍ଟିନ ଗୁପଟିଲ୍‌ଙ୍କୁ ଦେଇ ପାଭଲିୟନ ଫେରିଛନ୍ତି।

ସମ୍ବନ୍ଧିତ ଖବର