ଭାରତ-ଆମେରିକା ଶୃଙ୍ଖଳାକୁ ଆଇସିସିର ନା

ଦୁବାଇ: ଭାରତ-ଆମେରିକା ଦ୍ୱିପାକ୍ଷିକ କ୍ରିକେଟ୍‌ ଶୃଙ୍ଖଳାକୁ ମଞ୍ଜୁର ଦେବାକୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ମନା କରିଦେଇଛି। ଭାରତର ଉଭୟ ମହିଳା ଏବଂ ପୁରୁଷ ଦଳ ସହ ଚଳିତ ଏପ୍ରିଲ୍‌ ଏବଂ ମେ ମାସରେ ଦ୍ୱିପାକ୍ଷିକ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଆୟୋଜନ କରିବା ଲାଗି ଆମେରିକା କ୍ରିକେଟ୍‌ ସଂଘ (ୟୁଏସ୍‌ଏସିଏ) ଚିନ୍ତା କରିଥିଲା। କିନ୍ତୁ ଏହି ଶୃଙ୍ଖଳା ଲାଗି ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) କିମ୍ବା ଆଇସିସି ସମ୍ମତି ଦେଇନଥିଲା। ବିନା ସମ୍ମତିରେ ଶୃଙ୍ଖଳା ଆୟୋଜନ କରିବା ବେନିୟମ ବୋଲି ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର