ପ୍ରଥମ ଏସୀୟ ଦେଶ ଭାବେ ଅଷ୍ଟ୍ରେଲିଆରେ ସିରିଜ ଜିତିଲା ଭାରତ

ସିଡନୀ: ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଚାଲିଥିବା ଭାରତ- ଅଷ୍ଟ୍ରେଲିଆ ଚତୁର୍ଥ ଓ ଅନ୍ତିମ ଟେଷ୍ଟକୁ ବର୍ଷା ଧୋଇ ଦେଇଛି। ପରାଜୟ ଦ୍ୱାରଦେଶରେ ସଂଘର୍ଷ କରୁଥିବା ଅଷ୍ଟ୍ରେଲିଆକୁ ଆଉ ଏକ ଲଜ୍ୟାଜନକ ପରାଜୟରୁ ବର୍ଷା ବଞ୍ଚାଇ ଦେଇଛି। ଲଗାତର ଦୁଇ ଦିନ ଧରି ବର୍ଷା ଲାଗି ରହିବା ପରେ ଦ୍ୱିତୀୟ ଇନିଙ୍ଗରେ ୩୨୬ ରନ୍‌ ପଛରେ ଥିବା ଅଷ୍ଟ୍ରେଲିଆ ପରାଜୟରୁ ବର୍ତ୍ତି ଯାଇଛ। କିନ୍ତୁ ବର୍ଷା ଯୋଗୁଁ ୪ର୍ଥ ଟେଷ୍ଟ ମ୍ୟାଚ୍‌ ବାତିଲ ହେବା ପୂର୍ବରୁ ବିରାଟ ବାହିନୀ ଅଷ୍ଟ୍ରେଲଆ ମାଟିରେ ନିଜର ବିଜୟ ପତାକା ଉଡ଼ାଇ ସାରିଥିେଲେ। ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ଏତେ ସହଜ ନୁହେଁ। କ୍ରିିକେଟର ଦୀର୍ଘ ଇତିହାସରେ ଏ ପର୍ଯ୍ୟନ୍ତ କୌଣସି ଏସୀୟ ଦେଶ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ବିଜୟୀ ହୋଇ ନ ଥିବାରୁ ବିରାଟ ବାହାନୀ ପାଇଁ ଏହି ଅଷ୍ଟ୍ରେଲିଆ ଗସ୍ତ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ଏସୀୟ ଦେଶ ପାଇଁ ନିଜ ମାଟିରେ ଅପରାଜେୟ ଅଷ୍ଟ୍ରେଲିଆକୁ ପ୍ରଥମ ଓ ତୃତୀୟ ମୃାଚ୍‌ରେ ପରାସ୍ତ କରି ବିହାରଟ ବାହିନୀ ୪ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜକୁ ୨-୧ରେ ଜିଣି ଇତିହାସ ସୃଷ୍ଟି କରିଛନ୍ତି।

ସମଗ୍ର ଟେଷ୍ଟ ସିିରିଜ୍‌ରେ ଚମତ୍କାର ଫର୍ମରେ ଥିବା ଚେତେଶ୍ୱର ପୂଜାରାଙ୍କୁ ମ୍ୟାନ୍‌ ଅଫ୍‌ ଦି ସିରିଜ ଓ ମ୍ୟାନ ଅଫ ଦି ମ୍ୟାଚ୍‌ ସମ୍ମାନରେ ସମ୍ମାନିତ କରାଯାଇଛି। ଆଉ ବିରାଟ ବାହିନୀ ଏହି ଟେଷ୍ଟ ବିଜୟ ସହିତ ବର୍ଡ଼ର-ଗାଭାସ୍କର ଟ୍ରଫି ହାସଲ କରିଛି।
ଗତକାଲି ଠାରୁ ବର୍ଷା ଲାଗି ରହିବା ଯୋଗୁଁ ସିଡନୀ ଗ୍ରାଉଣ୍ଡରେ ଚାଲିଥିିବା ୪ର୍ଥ ଟେଷ୍ଟ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲା। ଭାରତର ପାହାଡ଼ ରନ୍‌ର ପିଛା କରୁଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଙ୍ଗସରେ ମାତ୍ର ୩ଶହ ରନ୍‌ କରି ଫଲୋଅନ୍‌ ହୋଇଥିଲା। ତେବେ ଫଲୋଅନ୍‌ ପରେ ବର୍ଷା ଅଷ୍ଟ୍ରେଲିଆକୁ ସହାୟତା ଯୋଗାଇ ଦେଇଥିଲା। ଗତକାଲି ବର୍ଷା ଯୋଗୁଁ ଅଧା ଦିନର ଖେଳ ବନ୍ଦ ଥିବା ବେଳେ ଆଜି ଅଷ୍ଟ୍ରେଲିଆର ସ୍ଥାନୀୟ ସମୟ ଦିନ ୨ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଗୋଟିଏ ବି ବଲ ବୋଲିଂ କରିବା ସମ୍ଭବ ନ ହେବାରୁ ମ୍ୟାଚ୍‌ ରେଫ୍‌ରି ୪ର୍ଥ ଟେଷ୍ଟ୍‍ର ଆଜିର ଖେଳ ବାତିଲ ହେଲା ବୋଲି ଘୋଷଣା କରିଥିଲେ। ଫଳରେ ୪ର୍ଥ ମ୍ୟାଚ୍‌ ଡ୍ର ରହିବା ସହିତ ଆଡ଼ିଲେଡ୍‌ ଓ ମେଲବୋର୍ଣ୍ଣ ଟେଷ୍ଟ ଜିଣିଥିବା ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ସିରିଜ୍‌ ବିଜୟୀ ହୋଇଛି।

ସମ୍ବନ୍ଧିତ ଖବର