ନଟିଂହାମ୍: ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାର ୩ୟ ମୁକାବିଲା ନଟିଂହାମର ଟ୍ରେଣ୍ଟ ବ୍ରିଜ ଷ୍ଟାଡିୟମରେ ୪ର୍ଥ ଦିନର ଖେଳ ଜାରି ରହିଛି। ଟସ୍ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ ପ୍ରଥମ ଇନିଂସରେ ୩୨୯ ରନ୍ ସଂଗ୍ରହ କରି ଅଲ ଆଉଟ୍ ହୋଇଥିଲା। ଜବାବରେ ଆୟୋଜକ ଇଂଲଣ୍ଡ ୧୬୧ ରନ୍ରେ ସମସ୍ତ ଓ୍ଵକେଟ୍ ହରାଇଥିଲା। ଏହି ଆଧାରରେ ଭାରତ ପ୍ରଥମ ଇନିଂସରେ ୧୬୮ ରନ୍ରେ ଆଗୁଆ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତ ୨ୟ ଇନିଂସରେ ୭ ଓ୍ଵିକେଟ୍ ହରାଇ ୩୫୨ ରନ୍ ସଂଗ୍ରହ କରି ଘୋଷଣା କରିଥିଲା। ଫଳରେ ଇଂଲଣ୍ଡକୁ ମ୍ୟାଚ ବିଜୟ ପାଇଁ ୫୨୧ ରନ୍ ଟାର୍ଗେଟ ମିଳିଥିଲା। ପାହାଡ଼ ଭଳି ଲକ୍ଷ୍ୟ ପଛରେ ଗୋଡ଼େଇ ଇଂଲଣ୍ଡ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୯୨ ଓଭରରେ ୮ ଓ୍ଵିକେଟ୍ ହରାଇ ୨୮୨ ରନ୍ ସଂଗ୍ରହ କରିଛି। ଆୟୋଜକ ଟିମ୍ ଲକ୍ଷ୍ୟ ଠାରୁ ୨୩୯ ରନ୍ ଦୂରରେ ଅଛି। ଆଦିଲ ରସିଦ ଓ ଷ୍ଟୁଆର୍ଟ ବ୍ରୋଡ କ୍ରିଜ୍ରେ ବ୍ୟାଟିଂ ଜାରି ରଖିଥିବା ବେଳେ ଭାରତକୁ ୩ୟ ଟେଷ୍ଟ ଜିତିବା ପାଇଁ ୨ଟି ଓ୍ଵିକେଟ୍ ଦରକାର ଅଛି।
୪ର୍ଥ ଦିନରେ ଈଶାନ୍ତ ଶର୍ମା ଇଂଲଣ୍ଡର ଓପନର ଦ୍ୱୟଙ୍କୁ ଆଉଟ କରିଥିଲେ। ଇଂଲଣ୍ଡକୁ ପ୍ରଥମ ଝଟକା କେଟନ ଜେନିଙ୍ଗସ୍ ଦେଇଥିଲେ। ସେ ୧୩ ରନ୍ ବ୍ୟକ୍ତିଗତ ସ୍କୋରରେ ଆଉଟ୍ ହୋଇଥିଲେ। କିଛି ସମୟ ପରେ ଆଲିଷ୍ଟର କୁକ୍ ମଧ୍ୟ ୧୭ ରନ୍ ଯୋଡ଼ି ପାଭଲିଅନ୍ ଫେରିଯାଇଥିଲେ। ଇଂଲଣ୍ଡର ପାଳି ଦାୟିତ୍ୱ ନେଇଥିବା ଅଧିନାୟକ ଜୋଏ ରୁଟ(୧୬) ବେଶୀ ସମୟ ତିଷ୍ଠି ପାରି ନଥିଲେ। ଏହା ପରେ ମହମ୍ମଦ ସାମିଙ୍କ ଆତ୍ମଘାତୀ ବୋଲିଂରେ ପୋପ(୧୬) ରନ୍ରେ ଆଉଟ୍ ହୋଇଥିଲେ। ଇଂଲଣ୍ଡ ୪ ଓ୍ଵିକେଟ୍ରେ ୬୨ ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ ୨୩୧ ରନ୍ରେ ୫ମ(ଜୋସ ବଟଲର) ଓ ୬ଷ୍ଠ ଓ୍ଵକେଟ(ଜନି ବେୟାରଷ୍ଟୋ), ୨୪୧ ରନ୍ରେ କ୍ରିସ ଓ୍ଵକସ୍ ଓ ବେନ୍ ଷ୍ଟୋକସ୍ଙ୍କୁ ହରାଇଥିଲା।