୧୬ ବର୍ଷରୁ କମ୍‌ ଚର୍ତୁଦେଶୀୟ ପୁଟ୍‌ବଲ୍‌: ଭାରତ ବିଜେତା

ନୂଆଦିଲ୍ଲୀ: ୧୬ ବର୍ଷରୁ କମ୍‌ ଭାରତୀୟ ଫୁଟ୍‌ବଲ୍‌ ଦଳ ସର୍ବିଆରେ ଚାଲିଥିବା ଚର୍ତୁଦେଶୀୟ ପ୍ରତିଯୋଗିତାର ବିଜେତା ହୋଇଛି। ଭାରତ, ସର୍ବିଆ, ଜୋର୍ଡାନ୍‌ ଏବଂ ତାଜିକିସ୍ତାନକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତ ୩ ମ୍ୟାଚ୍‌ରୁ ୨ ବିଜୟ ଏବଂ ଗୋଟିଏ ଅମୀମାଂସିତ ସହ ଟ୍ରଫି କରାୟତ କରିଥିଲା। ସର୍ବିଆ ସହ ଅମୀମାଂସିତ ରଖିଥିବା ଭାରତ ଜୋର୍ଡାନ୍‌କୁ ୨-୧ ଏବଂ ରବିବାରର ଶେଷ ମ୍ୟାଚ୍‌ରେ ୪-୨ ଗୋଲ୍‌ରେ ତାଜିକସ୍ତାନକୁ ହରାଇଥିଲା। ରବିବାର ଭାରତ ପକ୍ଷରୁ ଗିବ୍‌ସନ୍‌ ପଞ୍ଚମ ମିିନିଟ୍‌ରେ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲା ବେଳେ ଏହାର ଦୁଇ ମିନିଟ୍‌ ପରେ ସାଇଲୋ ଗୋଲ୍‌ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରିଥିଲେ। ନବମ ମିନିଟ୍‌ରେ ସାହବାଜ ଆଉ ଏକ ଗୋଲ୍‌ ଦେଇ ଦଳକୁ ୧୦ ମିନିଟ୍‌ରେ ୩-୦ରେ ଅଗୁଆ କରିଥିଲେ। ତାଜକିସ୍ତାନ ୧୨ ଏବଂ ୧୫ତମ ମିନିଟ୍‌ରେ ୨ ଗୋଲ୍‌ ଶୁଝି ସ୍ଥିତି ୩-୨କୁ ଆଣିଥିଲା। ତେବେ ୬୬ତମ ମିନିଟ୍‌ରେ ରୋହିତ ଦାନୁ ଗୋଲ୍‌ ଦେଇ ଦଳକୁ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର