ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଫୁଟବଲ ଟିମ୍ରେ ଗୋଲକିପର ହେବାକୁ ଚାହୁଁ ଥିଲେ ବୋଲି ଫୁଟବଲ ଖେଳାଳି ଗୁରପ୍ରୀତ ସିଂହ କହିଛନ୍ତି। ଭାରତୀୟ ଫୁଟବଲର କାନ୍ଥ କୁହାଯାଉଥିବା ଗୁରପ୍ରୀତ ସିଂହ କ୍ରିକେଟର ଧୋନିଙ୍କୁ ବଡ଼ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏକଦା ଧୋନି ଫୁଟବଲ ପ୍ରତି ମନ ବଳାଇଥିଲେ। ଗୁରପ୍ରୀତ କହିଛନ୍ତି, କ୍ୟାରିୟର ଆରମ୍ଭରୁ ସେ ନିଜେ କ୍ରିକେଟ ଖେଳିବାକୁ ଚାହୁଁ ଥିଲେ, ମାତ୍ର ପରିସ୍ଥିତି ଯୋଗୁଁ ତାହା ହୋଇ ପାରିଲା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତର ନମ୍ବର ୧ ଗୋଲକିପର ଓ ୟୁରୋପିଅନ ଲିଗରେ ଖେଳିଥିବା ଏକ ମାତ୍ର ଭାରତୀୟ ହେଉଛନ୍ତି ଗୁରପ୍ରୀତ ସିଂହ ସନ୍ଧୁ। ୨୬ ବର୍ଷ ବୟସରେ ସେ ଅନେକ ଗୁଡ଼ିଏ ଅଭିଜ୍ଞତା ହାସଲ କରିଛନ୍ତି। କିନ୍ତୁ କ୍ୟାରିୟର ଆରମ୍ଭରୁ ସେ ଫୁଟବଲ ଖେଳୁ ନଥିଲେ। ଜଣେ ଭଲ କ୍ରିକେଟର ହେବା ତାଙ୍କର ଲକ୍ଷ୍ୟ ଥିଲା। ୬.୪ ଫୁଟ ଉଚ୍ଚ ଗୁରପ୍ରୀତ ସିଂହ ଜଣେ ବ୍ୟାଟ୍ସମ୍ୟାନ ହେବାକୁ ଚାହୁଁଥିଲେ। ସେ ଯେତେବେଳେ ନିଜର ଗୃହ ସହର ମୋହାଲିରେ ୩-୪ ଦିନ ପାଇଁ କ୍ରିକେଟ ଏକାଡେମିରେ ଥିଲେ, ଫୁଟବଲ ସ୍ଥାନରେ ସେ କ୍ରିକେଟ ଖେଳିବାକୁ ନିଷ୍ପତ୍ତି ନେଇଥିଲେ।
ସ୍ପଷ୍ଟ ଭାବରେ ଗୁରପ୍ରୀତ କହିଛନ୍ତି, ମୁଁ ଫୁଟବଲ ନାହିଁ, ଆରମ୍ଭରୁ କ୍ରିକେଟ ଖେଳିଥିଲି। ପିତାଙ୍କ ଯୋଗୁଁ କ୍ରିକେଟ ଖେଳିବା ଆରମ୍ଭ କରିଥିଲି। କାରଣ ସେ କ୍ରିକେଟକୁ ବହୁତ ପ୍ରଶଂସା କରନ୍ତି ଓ ଆମେ ମୋହାଲି ଷ୍ଟାଡିୟମ ନିକଟରେ ରହୁଥିଲୁ।
ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ଗୁରପ୍ରୀତ କହିଛନ୍ତି, ମୁଁ ବ୍ୟାଟ୍ସମ୍ୟାନ ହେବାକୁ ଚାହୁଁଥିଲି କିନ୍ତୁ କୋଚ ମୋତେ ଏହା କରିବାକୁ ଦେଇ ନଥିଲେ। ପିତା ମୋତେ ଏକାଡେମିରେ ପ୍ରବେଶ କରିବାରେ ସାହାଯ୍ୟ କରିଥିଲେ କିନ୍ତୁ ୩-୪ ଦିନ ପର୍ଯ୍ୟନ୍ତ କୌଣସି ଉତ୍ସାହ ମିଳି ନଥିଲା। ଏକଦା ମୁଁ ମନେ କରିଥିଲି ଯେ, ମୋ ପାଇଁ ଏହି ଖେଳ ଆନନ୍ଦ ଦେଉନାହିଁ, ମୁଁ ଖେଳି ପାରିବି ନାହିଁ ମନସ୍ଥ କରିଥିଲି। ଫୁଟବଲ ଖେଳିବାରେ ମୋତେ ଆନନ୍ଦ ମିଳୁଥିଲା।