ସୁଲତାନ ଆଜଲାନ ଶାହ କପ୍‌: ଆସନ୍ତାକାଲି ଆର୍ଜେଣ୍ଟିନାକୁ ଭେଟିବ ଭାରତ

ଇଫୋନ୍‌(ମାଲେସିଆ): ଭାରତୀୟ ପୁରୁଷ ହକି ଟିମ୍‌ ଶନିବାର ୨୭ତମ ଆଜଲାନ୍‌ ଶାହ କପ୍‌ରେ ବିଶ୍ୱର ୨ ନମ୍ବର ଟିମ୍‌ ଆର୍ଜେଣ୍ଟିନାକୁ ଭେଟିବ। ମାଲେସିଆର ଇଫୋନ୍‌ସ୍ଥିତ ପର୍କ ଠାରେ ଏହି ମ୍ୟାଚ୍‌ ଖେଳାଯିବ। ସର୍ଦ୍ଦାର ସିଂହଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ହକି ଟିମ ତା’ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହେବାକୁ ଉଦ୍ୟମ କରିବ।

ଏହା ପୂର୍ବରୁ ଭାରତ ଗୁରୁବାର ବିଶ୍ୱର ଏକ ନମ୍ବର ଟିମ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଓ୍ଵାର୍ମ-ଅପ୍‌ ମ୍ୟାଚ୍‌ ଖେଳିଛି। ଏହି ମ୍ୟାଚ୍‌କୁ ଭାରତ ୧-୨ରେ ହାରିଛି। ଦଳର ଉପ ଅଧିନାୟକ ରମଣଦୀପ ସିଂହ ଏକ ମାତ୍ର ଗୋଲ ଦେଇଥିଲେ ବୋଲି ମୁଖ୍ୟ କୋଚ କହିଛନ୍ତି। ସେ କହିଛନ୍ତି, ଅଷ୍ଟ୍ରେଲିଆ ଖେଳାଳିମାନେ ପ୍ରବଳ ଗୁଳୁଗୁଳି ସତ୍ତ୍ୱେ କଷ୍ଟ ଅନୁଭବ କରି ନଥିଲେ। ଏହି ମ୍ୟାଚ୍‌ରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଛି, ଯାହାକି ଆଗାମୀ ଦିନରେ ସହାୟକ ହେବ।

ଭାରତୀୟ ଟିମ୍‌ ଗତ ବର୍ଷ ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ପୁରୁଷ ହକି ବିଶ୍ୱ ଲିପ ଫାଇନାଲରେ ଆର୍ଜେଣ୍ଟିନାକୁ ଭେଟିଥିଲା। ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନା ଠାରୁ ଭାରତ ପରାସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର