ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିିମିୟର୍ ଲିଗ୍(ଆଇପିଏଲ୍)ର ଦ୍ୱାଦଶ ସଂସ୍କରଣ ଚଳିତ ବର୍ଷ ମାର୍ଚ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ମିଳିଛି। ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ(ବିସିସିଆଇ) ଏ ନେଇ ଖୁବ୍ ଶୀଘ୍ର ଘୋଷଣା କରିବାକୁ ଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୧୯ ନିର୍ବାଚନ ପାଇଁ ଖେଳ ବିଦେଶରେ ହୋଇପାରେ ବୋଲି ପୂର୍ବରୁ ସୂଚନା ରହିଥିଲା। ମାତ୍ର ଚଳିତବର୍ଷ ଏପ୍ରିଲ୍ କିମ୍ବା ମେ ମାସରେ ଲୋକସଭା ନିର୍ବାଚନ ହେବାକୁ ଥିଲେ ମଧ୍ୟ ଆଇପିଲ୍ ଭାରତ ବାହାରେ କରାଯିବାର କୌଣସି ଯୋଜନା ନାହିଁ। ଏ ବର୍ଷ ବି ଦେଶ ଭିତରେ ହିଁ ମ୍ୟାଚ ଖେଳାଯିବ ବୋଲି ସ୍ଥିର ହୋଇଛି।
ତେବେ, ମାର୍ଚ ମାସରେ ଆଇପିଏଲ୍ ଆରମ୍ଭ ହେଲେ ଖେଳାଳିମାନଙ୍କ ପାଇଁ ଫାଇଦା ସାବ୍ୟସ୍ତ ହେବ। ମ୍ୟାଚ୍ ଯେତେ ଜଲ୍ଦି ଆରମ୍ଭ ହୋଇ ସରିଗଲେ ଖେଳାଳିମାନେ ଆଇପିଏଲ୍ ଖେଳିବା ପରେ ବିଶ୍ରାମ କରିବା ପାଇଁ ଉପଯୁକ୍ତ ସମୟ ପାଇବେ। ଫଳରେ ମେ ୩୦ରେ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍-୨୦୧୯ ପାଇଁ ନିଜକୁ ଠିକ୍ ଭାବେ ପ୍ରସ୍ତୁତ କରିପାରିବେ।
ଆଇପିଏଲ୍ ସଂପର୍କିତ ରିଲିଜ୍ରେ ପ୍ରକାଶ ପାଇଛି କି, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ଦିନ ଦିଲ୍ଳୀଠାରେ ଭିଭୋ ଆଇପିଏଲ୍ ୨୦୧୯ର ଖେଳ ସୂଚୀ ଓ ସ୍ଥାନ ବିଷୟରେ ନିଷ୍ପତ୍ତି ନେବେ।