ଇଣ୍ଡିଜ୍‌ର ପରାଜୟ ଜାରି

ନେଲ୍‌ସନ୍‌,: େଓ୍ଵଷ୍ଟଇଣ୍ଡିଜ୍‌ର ନ୍ୟୁଜିଲାଣ୍ଡ ଗସ୍ତ ନିରାଶା ଜାରି ରହିଛି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଟେ୍ଵଣ୍ଟି-୨୦ରେ ଭ୍ରମଣକାରୀ ଦଳ ୪୭ ରନ୍‌ରେ ହାରିଯାଇଛି। କଲିନ୍‌ ମୁନ୍‌ରୋ (୫୩, ୩୭ ବଲ୍‌) ଏବଂ ଫିଲିପ୍‌ସ (୫୫, ୪୦ ବଲ)ଙ୍କ ଅର୍ଧଶତକ ବଳରେ ନ୍ୟୁଜିଲାଣ୍ଡ୍‌ ୭ ଓ୍ଵିକେଟ୍‌ରେ ୧୮୭ ରନ୍‌ କରିଥିଲା। ଜବାବରେ େଓ୍ଵଷ୍ଟଇଣ୍ଡିଜ୍‌ ୧୯ ଓଭରରେ ୧୪୦ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ରନ୍‌ସ ଓ ସାଉଦି ୩-୩ ଓ୍ଵିକେଟ୍‌ ନେଇ ଇଣ୍ଡିଜ୍‌ର ବିପର୍ଯ୍ୟୟ ଘଟାଇଥିଲେ। ଏହି ବିଜୟ ସହିତ ୩ ମ୍ୟାଚ୍‌ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ୍‌ ୧-୦ରେ ଆଗୁଆ ରହିଛି।

ସମ୍ବନ୍ଧିତ ଖବର