ଅନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟ୍‌ବଲ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଶନିବାର ଅନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟ୍‌ବଲ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ କେନ୍ଦୁଝର ୨-୦ ଗୋଲ୍‌ରେ ମିଳିତ ଦଳ (କ)କୁ ପରାସ୍ତ କରିଥିଲା ବେଳେ ଫୁଲବାଣୀ ଓ ବାଲେଶ୍ୱର ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ଭାବେ ଅମୀମାଂସିତ ରହିଛି। ରାଜ୍ୟର ୧୧ କ୍ରୀଡ଼ା ଛାତ୍ରାବାସ ଦଳର ମୋଟ ୨୫୭ ବାଳକ ଓ ବାଳିକା ଖେଳାଳିଙ୍କ ସହିତ ସମସ୍ତ ପ୍ରଶିକ୍ଷକ ଭାଗ ନେଇଥିବା ଏହି ପ୍ରତିଯୋଗିତାକୁ ସହକାରୀ ନିର୍ଦେଶକ ସନାତନ ସାହୁ ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତା ଜରିଆରେ ବିଭିନ୍ନ ବୟସ ବର୍ଗ (୧୫ ଓ ୧୮ ବର୍ଷରୁ କମ୍‌ ସାଙ୍ଗକୁ ୧୮ ବର୍ଷରୁ ଅଧିକ)ର ଦକ୍ଷ ଖେଳାଳିଙ୍କୁ ଚୟନ କରାଯିବ। ଏହି ମନୋନୟନ ପ୍ରତିଯୋଗିତା ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର