ଆଇପିଏଲ ୧୧: କୋଲକାତାକୁ ୧୭୯ ରନ୍‌ ଟାର୍ଗେଟ ଦେଲା ଚେନ୍ନାଇ

କୋଲକାତା: ଚେନ୍ନାଇ ସୁପର କିଙ୍ଗସ୍‌ ଗୁରୁବାର ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତାକୁ ୧୭୯ ରନ୍‌ ଟାର୍ଗେଟ ଦେଇଛି। ଇଡେନ ଗାର୍ଡେନ ଠାରେ ଚେନ୍ନାଇ ସୁପର କିଙ୍ଗସ୍‌ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୭୮ ରନ୍‌ ସଂଗ୍ରହ କରିବା ପରେ କୋଲକାତାକୁ ୧୭୯ ରନ୍‌ ଟାର୍ଗେଟ ମିଳିଛି। ଚେନ୍ନାଇ ୪୮ ରନ୍‌ରେ ପ୍ରଥମ ଓ୍ଵିକେଟ୍‌, ୯୧ ରନ୍‌ରେ ସେନ୍‌ ଓ୍ଵାଟସନ୍‌, ୧୦୧ ରନ୍‌ରେ ସୁରେଶ ରୈନା, ୧୧୯ ରନ୍‌ରେ ଅମ୍ବାତି ରାୟଡୁ ଓ ୧୭୪ ରନ୍‌ରେ ରବିନ୍ଦ୍ର ଜାଡ଼େଜାଙ୍କୁ ହରାଇଥିଲା।

ଓ୍ଵାଟସନ୍‌ ୩୬ ରନ୍‌, ଡୁ ପ୍ଲେସିସ ୨୭ ରନ୍‌, ସୁରେଶ ରୈନା ୩୧ ରନ୍‌, ଅମ୍ବାତି ରାୟଡୁ ୨୧ ରନ୍‌, ଧୋନି ୪୩ ରନ୍‌ ଓ ରବୀନ୍ଦ୍ର ଜାଦେଜା ୧୨ ରନ୍‌ ସଂଗ୍ରହ କରିଛନ୍ତି। କୋଲକାତାର ପୀୟୁଷ ଚାଓ୍ଵଲା ଓ ସୁନୀଲ ନାରିନ୨-୨ ଟି ଓ୍ଵିକେଟ୍‌ ନେଇଥିଲେ।

 

ସମ୍ବନ୍ଧିତ ଖବର