କୋଲକାତା: ଆନ୍ଦ୍ରେ ରସେଲ ଓ ନୀତିଶ ରାଣାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସୋମବାର କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୨୦୦ ରନ୍ ସଂଗ୍ରହ କରିଛି। ଫଳରେ ଦିଲ୍ଲୀକୁ ମ୍ୟାଚ୍ ବିଜୟ ପାଇଁ ୨୦୧ରନ୍ ଟାର୍ଗେଟ ମିଳିଛି। ଇଣ୍ଡିଆନ୍ ପ୍ରିମିୟର ଲିଗର ୧୧ତମ ସଂସ୍କରଣର ଲିଗ୍ ମ୍ୟାଚ୍ରେ କୋଲକାତାର ଇଡେନ ଗାର୍ଡେନରେ ଟସ୍ ଦିଲ୍ଲୀ ଡେୟାରଡେଭିଲସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କ୍ରିସ୍ ଲିନ୍ ୩୧ ରନ୍, ରବିନ ଉଥ୍ଥାପା ୩୫ ରନ୍, ନୀତିଶ ରାଣା ୫୯, ଦିନେଶ କାର୍ତ୍ତିକ ୧୯, ଆନ୍ଦ୍ରେ ରସେଲ ୪୧ ରନ୍ ସଂଗ୍ରହ କରିଥିଲେ।
କୋଲକାତା ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲେ ମଧ୍ୟ ୨ୟ ଓ୍ଵିକେଟ୍ରେ ୬୨ ରନ୍ ସଂଗ୍ରହ କରିଥିଲା। ଦଳ ପ୍ରଥମ ଓ୍ଵିକେଟ୍ ୭ ରନ୍ରେ ସୁନୀଲ ନାରିନଙ୍କୁ ହରାଇଥିଲା। ୮୯ ରନ୍ରେ ଦିଲ୍ଲୀର ୩ୟ ଶିକାର ହୋଇଥିଲେ କ୍ରିସ୍ ଲିନ୍। ସେହିପରି ୧୧୭ ରନ୍ରେ ୪ର୍ଥ ଓ୍ଵିକେଟ୍ରେ ଦିନେଶ କାର୍ତ୍ତିକ, ୧୭୮ ରନ୍ରେ ୫ମ ଓ୍ଵିକେଟ୍ରେ ରସେଲ, ୧୯୩ ରନ୍ରେ ୬ଷ୍ଠ ଓ୍ଵିକେଟ୍ରେ ନୀତିଶ ରାଣା, ୨୦ ରନ୍ରେ ୭ମ ଓ୍ଵିକେଟ୍ରେ ସୁବ୍ରମନ ଗିଲ, ୮ମ ଓ୍ଵିକେଟ୍ରେ ପୀୟୁଷ ଚାଓ୍ଵଲା ଓ ୯ମ ଓ୍ଵିକେଟ୍ରେ ଟମ୍ କରନ୍ ଆଉଟ୍ ହୋଇଥିଲେ।
ଦିଲ୍ଲୀର ରାହୁଲ ତେଓ୍ଵାଟିଆ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲଟ୍ ଓ କ୍ରସି ମୋରିସ ୨-୨ଟି ଓ୍ଵିକେଟ୍ ନେଇଥିଲେ। ସେହିପରି ଶହବାଜ ନଦୀମ ଓ ମହମ୍ମଦ ସାମିଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।