ଆଇପିଏଲ LIVE : ଓ୍ଵାଟସନଙ୍କ ବିସ୍ଫୋରକ ବ୍ୟାଟିଂ, ଚେନ୍ନାଇ ସୁପର କିଙ୍ଗସ ୬୯/୧

ପୁନେ : ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଆରମ୍ଭ ହୋଇଥିବା ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ତାନ ରୟାଲ୍ସ ମ୍ୟାଚରେ ଆରମ୍ଭରୁ ରୋମାଞ୍ଚ ଦେଖାଦେଇଛି । ରାଜସ୍ଥାନ ରୟାଲ୍ସର ଅଧିନାୟକ ଆଜିଙ୍କ୍ୟ ରାହାଣେ ଟସ ଜିତି ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଚେନ୍ନାଇ ସୁପରକିଙ୍ଗସ ତରଫରୁ ସେନ ଓ୍ଵାଟସନ ଓ ଅମ୍ବାତି ରାୟଡୁ ଓପନିଂ କରିବାକୁ ଆସି ଆରମ୍ଭରୁ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ । ବିଶେଷକରି ସେନ ଓ୍ଵାଟସନ ବିସ୍ପୋରକ ବ୍ୟାଟିଂ କରି ମାତ୍ର ୨୭ ବଲରେ ୩ ଛକା ଓ ୩ ଚୌକା ସହ ୪୪ ରନ ସଂଗ୍ରହ କରିଛନ୍ତି । ତେବେ ୪.୩ ଓଭରରେ ଅନ୍ୟତମ ଓପନର ରାୟଡୁ ୮ ଟି ବଲରେ ୧୨ ରନ କରି ଆଉଟ ହୋଇଛନ୍ତି । ସେ ଲଗଲିନଙ୍କ ବଲରେ ବଟଲଙ୍କ ହାତରେ ଧରାପଡିଥିଲେ । ଏହା ଫଳରେ ୭.୩ ଓଭର ଶେଷସୁଦ୍ଧା ଚେନ୍ନାଇ ସୁପରକିଙ୍ଗସ ୧ ଓ୍ଵିକେଟ ହରାଇ ୭୬ ରନ ସଂଗ୍ରହ କରିଛି । ରାୟଡୁ ଆଉଟ ହେବାପରେ ସୁରେଶ ରାଇନା ବ୍ୟାଟିଂ କରିବାକୁ ଆସିଛନ୍ତି । ସେ ୧୨ ବଲରେ ୨୦ ରନ କରି ଅପରାଜିତ ଅଛନ୍ତି ।

ସମ୍ବନ୍ଧିତ ଖବର