ଆଇପିଏଲ୍‌ ୧୨: ଟସ୍‌ ଜିଣି ରାଜସ୍ଥାନ ରୟାଲସ୍‌ର ବୋଲିଂ ନିଷ୍ପତ୍ତି, ବେଙ୍ଗାଲୁରୁ କରୁଛି ବ୍ୟାଟିଂ

ଜୟପୁର: ରାଜସ୍ଥାନ ରୟାଲସ୍‌ ମଙ୍ଗଳବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଦ୍ୱାଦଶ ସଂସ୍କରଣର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିଛି। ଉଭୟ ଟିମ୍‌ ଆରମ୍ଭରୁ ୩-୩ ମ୍ୟାଚ୍‌ ହାରି ସାରିଛନ୍ତି ଏବଂ ଟେବୁଲ ତାଲିକାରେ ନିମ୍ନରେ ଅଛନ୍ତି। ରାଜସ୍ଥାନର ରନ୍‌ ହାର ବେଙ୍ଗାଲୁରୁ ତୁଳନାରେ ଟିକିଏ ଅଧିକ। ଟସ୍‌ ଜିଣି ରାଜସ୍ଥାନ ରୟାଲସ୍‌ର ବୋଲିଂ ନିଷ୍ପତ୍ତି ନେବା ପରେ ରୟାଲସ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟିଂ କରୁଛି।

ଜୟପୁରସ୍ଥିତ ସଓ୍ଵାଇ ମାନସିଂ ଷ୍ଟାଡିୟମରେ ବିରାଟ କୋହଲିଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସକୁ ରାଜସ୍ଥାନ ରୋୟାଲସ୍‌ ଭେଟିଛି। ପୂର୍ବରୁ ବେଙ୍ଗାଲୁରୁକୁ ରବିବାର ସନରାଇଜର୍ସ ହାଇଦ୍ରାବାଦ ୧୧୮ ରନ୍‌ରେ ପରାସ୍ତ କରିଥିଲା। ସେହିପରି ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟ ରାଜସ୍ଥାନକୁ ହରାଇଥିଲା।

ମହେନ୍ଦ୍ରେ ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଟିମ ରାଜସ୍ଥାନକୁ ୧୭୬ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା। ରାଜସ୍ଥାନ ଆରମ୍ଭରୁ ଭଲ ଖେଳିଥିଲା କିନ୍ତୁ ୮ ରନ୍‌ରେ ମ୍ୟାଚ୍‌ ହାରି ଯାଇଥିଲା। ମାଙ୍କଡିଂ ପରେ ରାଜସ୍ଥାନର ଜୋସ୍‌ ବଟ୍‌ଲର ନିଜର ଫର୍ମ ଜାରି ରଖି ପାରି ନଥିଲେ। ଆଜିଙ୍କ୍ୟ ରାହାଣେଙ୍କ ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ଥିଲା।

ସମ୍ବନ୍ଧିତ ଖବର