ଆଇପିଏଲ୍‌ ୧୧: ଧାଓ୍ଵନଙ୍କ ବିସ୍ଫୋରକ ବ୍ୟାଟିଂ, ରାଜସ୍ଥାନ ବିପକ୍ଷରେ ହାଇଦ୍ରାବାଦ ୯ ଓ୍ଵିକେଟ୍‌ରେ ବିଜୟୀ

ହାଇଦ୍ରାବାଦ: ଶିଖର ଧାଓ୍ଵାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସୋମବାର ରାଜସ୍ଥାନ ରୋୟାଲସ୍‌କୁ ସନ୍‌ରାଇଜର୍ସ ହାଇଦ୍ରାବାଦ ୯ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୪ର୍ଥ ମ୍ୟାଚ୍‌ରେ ହାଇଦ୍ରାବାଦ ୧୫.୫ଓଭରରେ ୧୨୭ ରନ୍‌ ସଂଗ୍ରହ କରିଛି। ହାଇଦ୍ରାବାଦ ମାତ୍ର ୬ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଥିଲା। ଏହା ପରେ ଶିଖର ଧାଓ୍ଵନ୍‌(୭୭) ଓ ଅଧିନାୟକ କେନ୍‌ ଓ୍ଵିଲିୟମସନ(୩୬) ରନ୍‌ ସଂଗ୍ରହ କରିଥିଲେ।

ପୂର୍ବରୁ ପ୍ରଥମ ଇନିଂସରେ ୨୦ ଓଭରରେ ୯ଟି ଓ୍ଵିକେଟ୍‌ ରାଜସ୍ଥାନ ୧୨୫ ରନ୍‌ ସଂଗ୍ରହ କରିଛି। ଫଳରେ ହାଇଦ୍ରାବାଦକୁ ୧୨୬ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ଟସ୍‌ ଜିଣି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ରାଜସ୍ଥାନ ବ୍ୟାଟିଂ କରିଥିଲା। ମାତ୍ର ୬ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇବା ପରେ ଆଜିଙ୍କ୍ୟ ରାହାଣେ(୧୩) ଓ ସଞ୍ଜୁ ସାମସନ୍‌(୪୯) ୨ୟ ଓ୍ଵିକେଟ୍‌ରେ ଦଳର ସ୍କୋରକୁ ୫୨ ରନ୍‌ରେ ପହଞ୍ଚାଇଥିଲେ। ୬.୩ ଓଭରରେ ରାହାଣେ ଆଉଟ ହୋଇ ପାଭଲିଅନ ଫେରିଥିଲେ। ୬୩ ରନ୍‌ରେ ଦଳ ୩ୟ ଓ୍ଵିକେଟ୍‌ରେ ବେନ୍‌ ଷ୍ଟୋକସ୍‌ଙ୍କୁ ହରାଇଥିଲା। ୯୨ ରନ୍‌ରେ ୪ର୍ଥ ଓ୍ଵିକେଟ୍‌ ହରାଇଥିବା ବେଳେ ୯୪ରେ ୫ମ ଓ୍ଵିକେଟ୍‌ର ପତନ ହୋଇଥିଲା। ସେହିଭଳି ୯୬ ରନ୍‌ରେ ରାଜସ୍ଥାନ ୬ଷ୍ଠ ଓ୍ଵିକେଟ, ୧୧୫ ରନ୍‌ରେ ୭ମ ଓ୍ଵିକେଟ୍‌, ୧୨୨ ରନ୍‌ରେ ୮ମ ଓ୍ଵକେଟ୍‌ ଓ ୧୨୩ ରନ୍‌ରେ ୯ମ ଓ୍ଵିକେଟ୍‌ ହରାଇଥିଲା।

ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ହାଇଦ୍ରାବାଦ ଟିମ୍‌ର ସାକିବୁଲ ହାସନ୍‌ ଓ ସିର୍ଦ୍ଧାର୍ଥ କାଉଲ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିବା ବେଳେ ଭୁବନେଶ୍ୱର କୁମାର, ବିଲି ଷ୍ଟାନଲେକ ଓ ରସିଦ ଖାଁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର