ଭେନସ୍‌ଙ୍କୁ ବିଦାକଲେ ସେରେନା

ପ୍ରି-କ୍ୱାର୍ଟର୍‌ରେ ନାଦାଲ୍‌

ନ୍ୟୁୟର୍କ: ୟୁଏସ୍‌ ଓପନ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତାରେ ସ୍ପେନ୍‌ର ରାଫେଲ୍‌ ନାଦାଲ, ଆର୍ଜେଣ୍ଟିନାର ଜୁଆନ୍‌ ଡେଲ୍‌ ପୋଟ୍ରୋ, ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ ଏବଂ ଦକ୍ଷିଣ ଆଫ୍ରିକାର କେଭିନ୍‌ ଆଣ୍ଡରସନ୍‌ ପୁରୁଷ ଏକକ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ମହିଳା ଏକକରେ ପୂର୍ବତନ ଶୀର୍ଷ ଖେଳାଳି ସେରେନା ଓ୍ଵିଲିୟମ୍ସ ନିଜ ଭଉଣୀ ଭେନସ୍‌ଙ୍କୁ ଏବଂ ଗତ ଥରର ବିଜୟିନୀ ସ୍ଲୋଆନେ ଷ୍ଟିଫେନ୍ସ ପୂର୍ବତନ ଶୀର୍ଷ ଖେଳାଳି ଭିକ୍ଟୋରିଆ ଆଜରେଙ୍କାଙ୍କୁ ମାତ୍‌ ଦେଇ ବିଦାୟର ରାସ୍ତା ଦେଖାଇଛନ୍ତି। ଶୁକ୍ରବାର ଖେଳାଯାଇଥିବା ପୁରୁଷ ଏକକ ତୃତୀୟ ପର୍ଯ୍ୟାୟରେ ଶୀର୍ଷ ମାନ୍ୟତା ନାଦାଲ୍‌ ୫-୭, ୭-୫, ୭-୬, ୭-୬ରେ ରୁଷିଆର କରିନ୍‌ କାଚାନୋଭଙ୍କୁ ପରାସ୍ତ କରିଥିଲେ। ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ୧୭ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ନାଦାଲ  ଜର୍ଜିଆର ନିକୋଲୋଙ୍କୁ  ଭେଟିବେ। ପୂର୍ବତନ ବିଜେତା ଡେଲ୍‌ ପୋଟ୍ରା ୭-୫, ୭-୬, ୬-୩ରେ ସ୍ପେନ୍‌ର ଫର୍ଣ୍ଣାଣ୍ଡୋ ଭର୍ଦାସ୍କୋଙ୍କୁ, ପଞ୍ଚମ ମାନ୍ୟତା ଆଣ୍ଡରସନ୍‌ ୪-୬, ୬-୩, ୬-୪, ୪-୬, ୬-୪ରେ କାନାଡାର ଡେନିସ ସାପୋଭାଲୋଭଙ୍କୁ ହରାଇଥିଲେ। ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ଡେଲ୍‌ ପୋଟ୍ରୋ ବିଂଶ ମାନ୍ୟତା କ୍ରୋଏସିଆର ବୋର୍ନା କୋରିକଙ୍କୁ ଏବଂ ଆଣ୍ଡରସନ୍‌ ନବମ ମାନ୍ୟତା ଥିମ୍‌ଙ୍କୁ ଭେଟିବେ। ଥିମ୍‌ ୩-୬, ୬-୩, ୭-୬, ୬-୪ରେ ଆମେରିକାର ଟେଲର ଫ୍ରିଜ୍‌ଙ୍କୁ ହରାଇଥିଲେ। ମହିଳା ଏକକରେ ଆମେରିକାର ସେରେନା ୬-୧, ୬-୨ରେ ସେରେନାଙ୍କୁ, ସପ୍ତମ ମାନ୍ୟତା ସ୍ୱିତୋଲିନା ୬-୪, ୬-୪ରେ ଚୀନ୍‌ର ଓ୍ଵାଙ୍ଗ୍‌ କ୍ୱିଙ୍ଗ୍‌ଙ୍କୁ ଏବଂ ତୃତୀୟ ମାନ୍ୟତା ଆମେରିକାର ଷ୍ଟିଫେନ୍ସ ୬-୩, ୬-୪ରେ ଆଜରେଙ୍କାଙ୍କୁ ହରାଇଥିଲେ। ସେରେନା ପ୍ରି-କ୍ୱାର୍ଟର୍‌ରେ ଇସ୍ତୋନିଆର କାଇଆ କାନେପିଙ୍କୁ, ସ୍ୱିତୋଲିନା ୧୯ ମାନ୍ୟତା ଲାଟଭିଆର ଆନାସ୍ତାସିଜା ସେଭାସ୍ତୋଭାଙ୍କୁ ଏବଂ ଷ୍ଟିଫେନ୍ସ ପଞ୍ଚଦଶ ମାନ୍ୟତା ବେଲ୍‌ଜିୟମର ଏଲିସ୍‌ ମାର୍ତେନ୍ସଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର