ଜାତୀୟ ବାଳକ ଫୁଟ୍‌ବଲ୍‌ ପାଇଁ ଓଡ଼ିଶା ଦଳ

କଟକ: ବିହାରରେ ପୂର୍ବାଞ୍ଚଳ ଉପ କନିଷ୍ଠ ବାଳକ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେପ୍ଟେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏଥିପାଇଁ ୨୦ ଜଣିଆ ଓଡ଼ିଶା ଦଳ ବିହାର ଗ୍ରସ୍ତ କରିଛି। ଅନୀଲ ଟପ୍ପୋଙ୍କ ନେତୃତ୍ୱରେ ଯାଇଥିବା ଏହି ଦଳ ସହିତ ନିପେନ୍ଦ୍ର ଦାସ ମୁଖ୍ୟ ପ୍ରଶିକ୍ଷକ, ଏମ୍‌ ଐଶ୍ୱର୍ଯ୍ୟନ୍‌ ପିଲାଇ ପ୍ରବନ୍ଧକ ଭାବେ ଯାତ୍ରା କରିଛନ୍ତି। ୪ ତାରିଖରେ ଓଡ଼ିଶାର ପ୍ରଥମ ମ୍ୟାଚ ଛତିଶଗଡ଼ ଓ ୮ ତାରିଖରେ ପଶ୍ଚିମବଙ୍ଗ ବିପକ୍ଷରେ ଦ୍ୱିତୀୟ ମ୍ୟାଚ ଖେଳିବ। ଓଡ଼ିଶା ଦଳ: ଇନ୍ଦ୍ର କୁଜୁର, ବିଶାଲ ଓରାମ, ବେଲାରସେନ୍‌ କହଁର, ଦେବଦତ୍ତ ଓରାମ, ମନୋଜ ମିଞ୍ଜ, ଶ୍ରୀକାନ୍ତ ମଲ୍ଲିକ, ଦୀପକ ଦଙ୍ଗ, ଜଗନ୍ନାଥ ଟୁଡୁ, ରାଜା ହରିଜନ, ଶଶିକାନ୍ତ ପ୍ରଧାନ, ବିନୋଦ ମାଝୀ, ଏ.ଶିବ ପ୍ରସାଦ, ଅନୀଲ ଟପ୍ପୋ, ଅଜୟ ଓରାମ, ପ୍ରେମସାଗର ଓରାମ, ଅରବିନ୍‌ ଲାକ୍ରା, ହରି ହେମ୍ବ୍ରମ୍‌, ଝୁନୁ କୁଲ୍‌ଡି, ଅଜୟ ଟପ୍ପୋ, ଖେତ୍ର ଭତ୍ରା।

ସମ୍ବନ୍ଧିତ ଖବର