ଜାତୀୟ ବାଳିକା ହକି ଶିବିରରେ ମାରିଆନା, ଆଜମିନା

ଭୁବନେଶ୍ବର: ଲକ୍ଷ୍ନୌ ସାଇ ସେଣ୍ଟରରେ ଚଳିତ ମାସ ୨୪ରୁ ଫେବ୍ରୁଆରି ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜାତୀୟ ବାଳିକା ହକି ପ୍ରଶିକ୍ଷଣ ଶିବିର ଲାଗି ଓଡ଼ିଶାର ମାରିଆନା କୁଜୁର ଏବଂ ଆଜମିନା କୁଜୁରଙ୍କୁ ଡାକରା ମିଳିଛି। ଉଭୟ ଉଦୀୟମାନ ଖେଳାଳି ଏଥିନେଇ ବେଶ୍ ଉତ୍ସାହିତ ଅଛନ୍ତି। ଏହି ପ୍ରଶିକ୍ଷଣ ଶିବିରର ପ୍ରଥମ ପର୍ଯ୍ୟାୟରେ ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ ୨୦ ଜଣିଆ ଜାତୀୟ ଦଳ ଆସନ୍ତା ୨୯ ତାରିଖରେ ବଛାଯିବ। ବଳକା ଖେଳାଳିଙ୍କୁ ପ୍ରଶିକ୍ଷଣ ଶିବିରରୁ ମୁକ୍ତ କରି ଦିଆଯିବ। ୨୯ରୁ ଫେବ୍ରୁଆରି ୧୭ ପର୍ଯ୍ୟନ୍ତ ୨୦ ଜଣିଆ ଦଳ ହିଁ ଶିବିରରେ ରହିବ। ମାରିଆନା ଏବଂ ଆଜମିନାଙ୍କୁ ଆସନ୍ତା‌ ୨୩ ତାରିଖ ସୁଦ୍ଧା ପ୍ରଶିକ୍ଷକ ବଲଜିତ ସିଂହ ଏବଂ ଅସୁନ୍ତା ଲାକ୍ରାଙ୍କୁ ରିପୋର୍ଟ କରିବାକୁ ହକି ଇଣ୍ଡିଆ ଇ-ମେଲ୍‌ ବାର୍ତାରେ କହିଛି। ମାରିଆନା ଓ ଆଜମିନାଙ୍କୁ ଏହି ସଫଳତା ଲାଭି ପ୍ରଶିକ୍ଷକ ଅମୂଲ୍ୟାନନ୍ଦ ବିହାରୀ ଓ ମିଲଟନ ବିଲୁଙ୍ଗ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର