କୁଆଲାଲୁମ୍ପୁର: ଅଲିମ୍ପିକ୍ ରୌପ୍ୟ ବିଜେତା ଦୁଇ ମାଲେସିଆ ବ୍ୟାଡ୍ମିଣ୍ଟନ୍ ଖେଳାଳି ଚାନ୍ ପେଙ୍ଗ୍ ସୁନ୍ ଓ ଗୋ ଲିଉ ୟିଙ୍ଗ୍ ଜାତୀୟ ଦଳ ଛାଡ଼ିଛନ୍ତି। ଏହି ଯୋଡ଼ି ୨୦୧୬ ରିଓ ଅଲିମ୍ପିକ୍ସରେ ମିଶ୍ରିତ ଯୁଗଳ ରୌପ୍ୟ ପଦକ ଜିତିଥିଲେ। ଟୋକିଓ ଅଲିମ୍ପିକ୍ସ ଆଉ ମାତ୍ର ଗୋଟିଏ ବର୍ଷରୁ କମ୍ ସମୟ ଥିଲା ବେଳେ ଏହି ଦୁଇ ଜଣ ଜାତୀୟ ଦଳ ଛାଡ଼ିବା ମାଲେସିଆକୁ ବଡ଼ ଧକ୍କା ଲାଗିଛି।