ଜାତୀୟ କନିଷ୍ଠ ଦୌଡ଼କୁଦ ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ଝାଡ଼ଖଣ୍ଡର ରାଞ୍ଚିରେ ଆସନ୍ତା ମାସ ୨ରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ୩୪ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଲାଗି ମଙ୍ଗଳବାର ୧୬ ଜଣିଆ ଓଡ଼ିଶା ଦଳ‌ ଘୋଷିତ ହୋଇଛି। ଏହି ଦଳ ବୁଧବାର ରାଞ୍ଚି ଗସ୍ତ କରିବ। ଓଡ଼ିଶା ଦୌଡ଼କୁଦ ସଂଘର ଯୁଗ୍ମ ସମ୍ପାଦକ ବିଭୁତି ଭୂଷଣ ପଣ୍ଡା ପ୍ରବନ୍ଧକ ରହିଥିଲା ବେଳେ ଅନୁରାଧା ବିଶ୍ବାଳ ମହିଳା ପ୍ରବନ୍ଧକ ଏବଂ ନିବେଦିତା ସାହୁ ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ।
ଦଳ: ସୁରେନ୍ଦ୍ର ଖା‌ରା, ଦିଲୀପ ନାୟକ, ପୁଙ୍ଗା ସୋରେନ୍‌, ପ୍ରସନଜିତ କୁଜୁର, ସ୍ବାଧୀନ କୁମାର ମାଝୀ, ସରୁନ ପାୟାସିଂହ, ଆଂଶିକା ରାଉତରାୟ, ସବିତା ଟ‌ପ୍ପୋ, ଯମୁନା ଟୁଡ଼ୁ, ଧନମତୀ ଖେସ୍‌, ଜୋତ୍ସ୍ନା ସବର, ମଧୁମିତା ଦେବ, ମନୀଷା ମେରିଲ୍‌, ସୁଖୀ ବାସ୍କେ, ପ୍ରଜ୍ଞା ପ୍ରସାନ୍ତି ସାହୁ, ଉତ୍କଳିକା ପ୍ରିୟଦର୍ଶିନୀ।

ସମ୍ବନ୍ଧିତ ଖବର