ଜାତୀୟ କନିଷ୍ଠ ଫୁଟ୍‌ବଲ୍‌: ଓଡ଼ିଶାର ବିଜୟ ଅଭିଯାନ

କଟକ: ପଞ୍ଜାବର ହୋସିଆର୍‌ପୁରସ୍ଥିତ ଏସ୍‌ବିଏସ୍‌ ସ୍ପୋର୍ଟ୍ସ ଷ୍ଟାଡିୟମରେ ବିସି ରଏ ଟ୍ରଫି ଜାତୀୟ କନିଷ୍ଠ ଫୁଟ୍‌ବଲ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ଗ୍ରୁପ୍‌ ଡି’ରେ ଓଡ଼ିଶା ବୁଧବାର ଖେଳିଥିବା ତା’ର ପ୍ରଥମ ମ୍ୟାଚ୍‌ରେ ଗୋଆକୁ ୨-୦ ଗୋଲ୍‌ରେ ହରାଇ ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚ୍‌ରେ ଓଡ଼ିଶା ପକ୍ଷରୁ ପ୍ରଭାତ ଦନସେନା ୫୪ ମିନିଟ୍‌ ଓ ସେକ୍‌ କଲାମ ୭୬ ମିନିଟ୍‌ରେ ଗୋଲ ଦେଇ ଓଡ଼ିଶାକୁ ଜିତାଇଥିଲେ। ଆସନ୍ତା ୮ ତାରିଖରେ ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍‌ ଦିଲ୍ଲୀ ସହିତ ଖେଳିବ।

ସମ୍ବନ୍ଧିତ ଖବର