ମସ୍କୋ: ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହେଉଥିବା ଚଳିତ ମସ୍କୋ ବିଶ୍ୱକପ୍ର ନକଆଉଟ୍ ପର୍ଯ୍ୟାୟରେ ନୂଆ ପ୍ରକାରର ବଲ୍ ବ୍ୟବହାର କରାଯିବ। ମଙ୍ଗଳବାର ଏହାର ଉନ୍ମୋଚନ କରାଯାଇଛି। ବଲ୍ର ନାଁ ଟେଲଷ୍ଟାର ମେଚଟା ରଖା ଯାଇଛି। ରୁଷିଆ ଭାଷାରେ ମେଚଟାର ଅର୍ଥ ହେଉଛି ସ୍ୱପ୍ନ ଏବଂ ଉଚ୍ଚାଭିଳାଶ। ଆୟୋଜକ ରୁଷିଆ ଫୁଟ୍ବଲ ଦଳର ଲାଲ୍ ରଙ୍ଗର ଜର୍ସିରୁ ଅନୁପ୍ରେରିତ ହୋଇ ଏହି ବଲ୍ରେ ଲାଲ୍ ଡିଜାଇନକୁ ମହତ୍ୱ ଦିଆ ଯାଇଛି। ବ୍ରାଜିଲରେ ୨୦୧୪ରେ ବ୍ୟବହାର ହୋଇଥିବା ବ୍ରାଜୁକା ବଲ୍ ସହ ଏହାର କିଛିଟା ସାମଞ୍ଜସ୍ୟ ରହିଛି। ମସ୍କୋ ବିଶ୍ୱକପ୍ ପାଇଁ ବ୍ୟବହାର କରାଯିବା ପୂର୍ବରୁ ଏହାର କଠିନ ପରୀକ୍ଷା ନିରୀକ୍ଷା ବିଭିନ୍ନ କ୍ଲବ୍ ସ୍ତରୀୟ ପ୍ରତିଯୋଗିତାରେ ହୋଇ ସାରିଛି। ବଲ୍ରେ ଥିବା ମେଟାଲିକ୍ ପ୍ରିଣ୍ଟ ଏବଂ ଗ୍ରାଫିକ୍ସ ଫୁଟ୍ବଲ ପ୍ରେମୀ ଓ ଖେଳାଳିଙ୍କୁ ବେଶ୍ ପସନ୍ଦ ଆସୁଛି। ପ୍ରଥମ ଥର ପାଇଁ ଏହି ବଲ୍ରେ ଡାଟା ଷ୍ଟୋରେଜ୍ ଲାଗି ଏକ ଚିପ୍ ବ୍ୟବହର କରାଯାଇଛି।