ଭୁବନେଶ୍ବର: ବିହାରର ଗୟାଠାରେ ମଙ୍ଗଳବାରଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା ଆୟୋଜିତ ହେବ। ଉଭୟ ଉପକନିଷ୍ଠ ଓ କନିଷ୍ଠ ବର୍ଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ୩୧ ଜଣିଆ ଓଡ଼ିଶା ଦଳ ଗୟା ଗସ୍ତ କରିଛି। ଦଳରେ ୧୬ ବାଳିକା, ୧୦ ବାଳକ ଓ ୫ ଅଧିକାରୀ ସାମିଲ ଅଛନ୍ତି। ଓଡ଼ିଶା ଦଳକୁ ଓଡ଼ିଶା ଭାରୋତ୍ତୋଳନ ସଂଘର ଉପସଭାପତି ଡା. ହରିପ୍ରସାଦ ପଟ୍ଟନାୟକ, ଯୁଗ୍ମ ସଂପାଦକ ଜାନକୀବଲ୍ଲଭ ମିଶ୍ରଙ୍କ ସମେତ ସମସ୍ତ ସଭ୍ୟ ଶୁଭେଚ୍ଛା ଜଣାଇଛନ୍ତି ବୋଲି ସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ ଜଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବାଳିକା ଦଳ: ସଂଧ୍ୟାରାଣୀ ନାଏକ, ରଂଜିତା ମାଝୀ, ଅପରାଜିତା ଭୂୟାଁ, ସଂଗୀତା ପାଢୀ, ନିକି ସାଂଭୁତିକା, ଦେବକୀ ଖିଲ, ସାଂବାରୀ ସାମାଦ, ରଂଗୀଲା ମାଝୀ, କେ ଅଭିଷିକ୍ତା, ଦିବ୍ୟବତୀ ରାଇକା, ରିଙ୍କି ନାଏକ, ମୋତି ଜାନୀ, ଯୁବତୀ ଦେହୁରୀ, ବୀଣା ସୋରେନ୍, ଏମ୍ କୀର୍ତ୍ତି ଓ ବନିତା ଘଡ଼େଇ।
ବାଳକ ଦଳ: ଭକ୍ତରାମ ଦେଷ୍ଟି, କୃଷ୍ଣଚନ୍ଦ୍ର ନାଏକ, ରାମଚନ୍ଦ୍ର ମାଡ଼କାମୀ, କୁଳଦୀପ ସାହୁ, ସୋପନ୍ୟା ଶବର, ମୁନା ନାଏକ, ଖମ୍ବେଶ୍ବର ମଲ୍ଲିକ, ରାମଚନ୍ଦ୍ର ମୁଦୁଲି, ରଘୁନାଥ ଖିଲ ଓ ମନୋଜ କୁମାର ସାହୁ।
ଅଧିକାରୀ: ବିବେକାନନ୍ଦ ସାହୁ ଓ ସଂଯୁକ୍ତା ସାହୁ (ପ୍ରଶିକ୍ଷକ), ବଳରାମ ସାହୁ ଓ ବାପୁଜୀ ବିଶ୍ବାଳ (ପ୍ରବନ୍ଧକ), ନାରାୟଣ ସାହୁ (ସଂଘ ସଂପାଦକ)।