ପୁରୀ ଦଳଗତ ବିଜେତା, କଟକ ଉପ-ବିଜେତା

କଟକ: କଟକ ଜିଲ୍ଲା କୁସ୍ତି ସଂଘ ଆନୁକୂଲ୍ୟରେ ୨୩ ବର୍ଷରୁ କମ୍‌ ରାଜ୍ୟ କୁସ୍ତି ପ୍ରତିଯୋଗିତା ବାରବାଟୀ ଷ୍ଟାଡିୟମ ସଚିନ ତେନ୍ଦୁଲକର ଇଣ୍ଡୋର ହଲ୍‌ରେ ଅନୁଷ୍ଠିତ ହୋଇଛି। ପୁରୀ ମୋଟ ୮ ପଦକ ପାଇ ଦଳଗତ ବିଜେତା ହୋଇଛି। ଏହା ପଛକୁ କଟକ ୩ ପଦକ ସହ ଉପବିଜେତା ଏବଂ ଢେଙ୍କାନାଳ ଗୋଟିଏ ପଦକ ସହ ତୃତୀୟ ସ୍ଥାନରେ ରହିଛି। ପ୍ରତିଯୋଗିତାରେ ପ୍ରାୟ ୩୫ ବାଳକ ଓ ବାଳିକା ଖେଳାଳି ଅଂଶଗ୍ରହଣ କରିଥିଲେ। ଓଡ଼ିଶା ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଓଡ଼ିଶା କୁସ୍ତି ସଂଘର ସଭାପତି ରାମକୃଷ୍ଣ ପାଢୀ, ସମ୍ପାଦକ ବିନୋଦ ଦାସ, ପୁରୀ ଜିଲ୍ଲା କୁସ୍ତି ସଂଘ ସଂପାଦକ ରବି ପ୍ରତିହାରୀ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ବିରଜା ପ୍ରସାଦ ଦାସ, ସାଧାରଣ ସମ୍ପାଦକ କିଶୋର ବେହେରା, ରାଜ୍ୟ କୋଷାଧ୍ୟକ୍ଷ ଦେବେନ୍ଦ୍ର ସାହୁ, କାଳନ୍ଦୀ ମାଣିଆ, ଶ୍ରୀକୁମାର ରାୟ, ପ୍ରମୁଖ ଉପସ୍ଥିତ ଥିଲେ। କୃତୀ ପ୍ରତିଯୋଗୀମାନେ ଆସନ୍ତା ୨୪ ତାରିଖରେ ରାଜସ୍ଥାନରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର