ହକି: ମହିଳା ଓ ପୁରୁଷ ପଏଣ୍ଟ୍‌ ବାଣ୍ଟିଲେ

ଅନ୍ତ୍ୱେର୍ପ: ବେଲ୍‌ଜିୟମ୍‌ରେ ଚାଲିଥିବା ୨୩ ବର୍ଷରୁ କମ୍‌ ଷଡ଼ରାଷ୍ଟ୍ରୀୟ ମହିଳା ହକି ପ୍ରତିଯୋଗିତାରେ ଭାରତୀୟ ଦଳ ହ୍ୟାଟ୍ରିକ୍‌ ବିଜୟ ପରେ ପ୍ରଥମ ମ୍ୟାଚ୍‌ ଅମୀମାଂସିତ ରଖିଛି। ଆୟର୍ଲାଣ୍ଡ୍‌କୁ ୪-୧, ଗ୍ରେଟ୍‌ ବ୍ରିଟେନ୍‌କୁ ୧-୦ ଏବଂ ବେଲ୍‌ଜିୟମ୍‌କୁ ୨-୦ ଗୋଲ୍‌ରେ ହରାଇଥିବା ଭାରତ ବୁଧବାର କାନାଡା ସହ ଗୋଲ୍‌ଶୂନ୍ୟ ଅମୀମାଂସିତ ରଖି ପଏଣ୍ଟ୍‌ ବାଣ୍ଟିଛି। ସେହିଠାରେ ଚାଲିଥିବା ପଞ୍ଚରାଷ୍ଟ୍ରୀୟ ୨୩ ବର୍ଷରୁ କମ୍‌ ପୁରୁଷ ପ୍ରତିଯୋଗିତାରେ ଦୀପସାନ୍‌ ତିର୍କିଙ୍କ ଭାରତୀୟ ଦଳ ୧-୧ରେ ବେଲ୍‌ଜିୟମ ସହ ତୃତୀୟ ମ୍ୟାଚ୍‌କୁ ଅମୀମାଂସିତ ରଖି ପଏଣ୍ଟ୍‌ ବାଣ୍ଟିଛି। ଭାରତ ପକ୍ଷରୁ ମହମ୍ମଦ ଉମାର (୩୦ ମିନିଟ୍‌) ଏବଂ ବେଲ୍‌ଜିୟମ ପକ୍ଷରୁ ସିରିଲ ଫ୍ରାଇଙ୍ଗ୍‌ (୩୪ ମିନିଟ୍‌) ଗୋଲ୍‌ କରିଥିଲେ। ଭାରତ ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡ୍‌କୁ ୫-୦ରେ ହରାଇଥିଲା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଗ୍ରେଟ୍‌ ବ୍ରିଟେନ୍‌ଠୁ ୧-୩ରେ ହାରିଥିଲା।

ସମ୍ବନ୍ଧିତ ଖବର