ବାଙ୍ଗାଲୋର ଆଗରେ ୧୬୫ରନ ର ଲକ୍ଷ୍ୟ ରଖିଲା ରାଜସ୍ଥାନ

ଜୟପୁର : ଜୟପୁରର ସଓ୍ଵାଇ ମାନସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୫୩ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୬୫ ରନର ଲକ୍ଷ୍ୟ ରଖିଛି । ରାଜସ୍ଥାନ ରୟାଲ୍ସର ଅଧିନାୟକ ଆଜିଙ୍କ୍ୟ ରାହାଣେ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଇନିଂସ ଆରମ୍ଭରୁ ଦଳ ଓପନର ଜୋଫ୍ରା ଆର୍ଚରଙ୍କୁ ହରାଇଥିଲେ ମଧ ଅନ୍ୟତମ ଓପନର ରାହୁଲ ତ୍ରିପାଠୀ ଓ ୩ୟ ସ୍ଥାନରେ ଆସିଥିବା ଅଧିନାୟକ ଆଜିଙ୍କ୍ୟ ରାହାଣେ ସତର୍କତାର ସହ ବ୍ୟାଟିଂ କରି ଦଳର ସ୍ଥିତିକୁ ବିପଦମୁକ୍ତ କରିଥିଲେ । ତ୍ରିପାଠୀ ୫୮ ବଲରେ ( ୩ ଛକା, ୫ ଚୌକା) ୮୦ ରନ ଓ ରାହାଣେ ୩୧ ବଲରେ ୩୩ ରନ କରିଥିଲେ । ଶେଷବେଳକୁ ହେନରିଚ ୍‌ କ୍ଲାଚେନ ୨୧ ବଲରେ ୩୨ ରନ କରିଥିଲେ । ଏହା ଫଳରେ ରାଜସ୍ଥାନ ୨୦ ଓଭରରେ ୫ ଓ୍ଵିକେଟ ହରାଇ ୧୬୪ ରନ ସଂଗ୍ରହ କରିଥିଲା ।

ସମ୍ବନ୍ଧିତ ଖବର