ଭୁବନେଶ୍ୱର: ଶୁଭ୍ରାଂଶୁ ସେନାପତି (୧୫୭ ରନ୍)ଙ୍କ ଲଢୁଆ ଶତକ ସତ୍ତ୍ୱେ ରବିବାର ଓଡ଼ିଶା ୨ ରନ୍ରେ ପରାସ୍ତ ହୋଇଛି। ଝାଡ଼ଖଣ୍ଡର ରାଜଧାନୀ ରାଂଚିରେ ଖେଳାଯାଇଥିବା ରଣଜୀ ଟ୍ରଫିର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନିଜ ଦଳକୁ ବିଜୟୀ କରିବା ପାଇଁ ଶୁଭ୍ରାଂଶୁ ଯଥା ସମ୍ଭବ ଉଦ୍ୟମ କରିଥିଲେ କିନ୍ତୁ ସହଯୋଗୀ ଖେଳାଳିଙ୍କ ଠାରୁ ତାଙ୍କୁ ସମର୍ଥନ ମିଳି ନଥିବାରୁ ଓଡ଼ିଶା ଠାରୁ ମ୍ୟାଚ ଖସି ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଝାଡ଼ଖଣ୍ଡ ତରଫରୁ ଓଡ଼ିଶାକୁ ୨୬୦ ବିଜୟ ଲକ୍ଷ୍ୟ ଦିଆଯାଇଥିଲା। ତୃତୀୟ ଦିବସରେ ଶନିବାର ଖେଳ ଶେଷ ସୁଦ୍ଧା ଓଡ଼ିଶା ୩ ଓ୍ଵିକେଟ ହରାଇ ୮୧ ରନ୍ ସଂଗ୍ରହ କରିଥିଲା। ଚତୁର୍ଥ ତଥା ଶେଷ ଦିନ ରବିବାର ଓଡ଼ିଶା ୨୫୭ ରନ୍ରେ ଅଲ୍ଆଉଟ୍ ହୋଇଛି। ତୃତୀୟ ଦିନରେ ଶୁଭ୍ରାଂଶୁ ସେନାପତି ୨୦ ରନ୍ ଏବଂ ଅଧିନାୟକ ବିପ୍ଲବ ସାମନ୍ତରାୟ ୧୦ ରନ୍ କରି ଅପରାଜିତ ଥିଲେ।
ଝାଡ଼ଖଣ୍ଡ ପ୍ରଥମ ଇନିଂସରେ ୧୭୨ ରନ୍, ଦ୍ୱିତୀୟ ଇନିଂସରେ ୨୮୮ ରନ୍ ସଂଗ୍ରହ କରିଥିଲା। ଜବାବରେ ଓଡ଼ିଶା ପ୍ରଥମ ଇନିଂସରେ ୨୦୧ ଓ ଦ୍ୱିତୀୟ ଇନିଂସରେ ୨୫୭ ରନ୍ ସଂଗ୍ରହ କରିଥିଲା। ଓଡ଼ିଶା ପକ୍ଷରୁ ଶୁଭ୍ରାଂଶୁଙ୍କ ବ୍ୟତୀତ ଅନୁରାଗ ୪୧ ରନ୍ ଓ ବିପ୍ଲବ ୨୩ ରନ୍ ଯୋଡ଼ିଥିଲେ। ଅନ୍ୟ ଖେଳାଳିଙ୍କ ପଅର୍ଦନ ଉତ୍ସାହଜନକ ନଥିଲା।