ମୋହାଲି ଦିନିକିିଆ: ଧାଓ୍ଵନଙ୍କ ପରେ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ, ଭାରତ୧୩୧ /୧

ମୋହାଲି, : ମୋହାଲିରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଟସ୍‌ ଜିଣି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିବା ପରେ ଭାରତ ଭଲ ଆରମ୍ଭ କରିଛି। ଅଧିନାୟକ ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଓପନ୍‌ କରିବାକୁ ଆସିଥିଲେ। ଶିଖର ଧାଓ୍ଵନ ନିଜସ୍ୱ ଷ୍ଟାଇଲରେ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରି ଆଉଟ୍‌ ହୋଇ ପାଭିଲିୟନ ଫେରି ଯିବା ପରେ ଅଧିନାୟକ ରୋହିତ ଶର୍ମା ଅଦ୍ଧଶତକ ହାସଲ କରିଛନ୍ତି। ରୋହିତ ଶର୍ମା ୫୬ଟିି ବଲ ଖେଳି ୫ଟି ଚୌକା ସହ୍ରୟତାରେ ୫୧ ରନ୍‌ ସଂଗ୍ରହ କରିଛନ୍ତି। ଭାରତ ୨୫ ଓଭରରେ୧୩୧ ରନ୍‌ ସଂଗ୍ରହ କରିଛି।
ଧର୍ମଶାଳା ମ୍ୟାଚ୍‌ର ପରାଜୟ ପରେ ମୋହାଲିରେ ଭାରତକୁ ଜିତିବା ଜରୁରୀ ହୋଇପଡ଼ିଛି। ଭାରତ ଆଜି ଦଳରେ ପରିବର୍ତ୍ତନ କରିଛି। ପ୍ରଥମ ଥର ପାଇଁ ଓ୍ଵାସିଙ୍ଗଟନ୍‌ ସୁନ୍ଦର ଦିନିକିଆ ସ୍କ୍ଵାଡ୍‌ରେ ସ୍ଥାନ ପାଇ ଜୀବନର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଛନ୍ତି।

ସମ୍ବନ୍ଧିତ ଖବର