ଭୋଜନରେ ସାମିଲ କରନ୍ତୁ ଏହି ୫ଟି ଖାଦ୍ୟ

ଓଜନ ବୃଦ୍ଧି ହେବା ପାଇଁ ଅନେକ କାରଣ ଅଛି । ଖାଦ୍ୟ ଗ୍ରହଣ କରିବାର ସମୟ, ଧୂମପାନ ଓ ଥାଇରଏଡ, ମଧୁମେହ ଆଦି କାରଣ ପାଇଁ ଓଜନ ବୃଦ୍ଧି ହୋଇଥାଏ । ଖାଲି ବ୍ୟାୟାମ କଲେ ଓଜନ ହ୍ରାସ ହୋଇପାରିବ ନାହିଁ, ଏଥିପାଇଁ ଖାଦ୍ୟ ଶୈଳୀରେ ପରିବର୍ତ୍ତନ ଆଣିବା ଦରକାର । ଏମିତି କିଛି ଖାଦ୍ୟ ପଦାର୍ଥ ଅଛି, ଯାହା ସାମିଲ କରି ଆପଣ ଓଜନ ହ୍ରାସ କରିପାରିବେ ।

ପନିର: ପନିର ଏକ ପ୍ରୋଟିନ ଯୁକ୍ତ ଖାଦ୍ୟ । ଏହା ଖାଇବା ଦ୍ୱାରା ଆପଣଙ୍କୁ ବହୁତ ସମୟ ଯାଏଁ ଭୋକ ଲାଗିବନି । ପ୍ରତି ୧୦୦ ଗ୍ରାମ୍‌ ପନିରରେ ୩୩୮ କ୍ୟାଲୋରି ଥାଏ ।

ଅଣ୍ଡା: ଏଥିରେ ମଧ୍ୟ ପ୍ରାୟ ସବୁ ପ୍ରକାରର ଭିଟାମିନ୍‌ ଥାଏ , ଯାହା ଆମ ଶରୀର ପାଇଁ ଆବଶ୍ୟକ । ଜଳଖିଆ କରିବା ସମୟରେ ଅଣ୍ଡା ଭୋଜନ କରିବା ଦ୍ୱାରା ଭୋକ ଲାଗି ନ ଥାଏ ।

ମୁଗ ଡାଲି: ଏଥିରେ କ୍ୟାଲେସିୟମ୍‌, ପଟାସିୟମ୍‌, ଆଇରନ୍‌ ଏବଂ ଭିଟାମିନ୍‌ ପ୍ରଚୁର ମାତ୍ରାରେ ଥାଏ । ଗଜା ମୁଗକୁ ସାଲାଡରେ ମିଶାଇ ଖାଇବା ଦ୍ୱାରା ଜଣେ ଫିଟ୍‌ ରହିପାରିବ । ଏକ କପ ଗଜା ମୁଗରେ ୨୬ କ୍ୟାଲୋରି ଥାଏ ।

କମଳା: କମଳାରେ ଭିଟାମିନ୍‌ ସି ଓ ଫାଇବର ପ୍ରଚୁର ମାତ୍ରାରେ ଥାଏ, ଏହାକୁ ଖାଇଲେ ଓ ଜୁସ୍‌ କରି ପିିଇଲେ ଓଜନ ବୃଦ୍ଧି ହେବ ନାହିଁ ।

ହଳଦୀ: ଏକ ଚାମଚ ହଳଦୀରେ ଅଣ-କ୍ୟାଲୋରି ତତ୍ତ୍ୱ ଥାଏ । ଏହା ମଧ୍ୟ ଓଜନ କମ୍‌ କରିବାରେ ସହାୟକ ହୋଇଥାଏ ।

ବାଦାମ: ବାଦାମରେ ପ୍ରୋଟିନ୍‌, ଫଲିକ୍‌ ଏସିଡ୍‌, ଭିଟାମିନ୍‌ ଇ, ଫାଇବର ଆଦି ରହିଛି । ଏହା ରକ୍ତରେ ସୁଗାର ସ୍ତର ମଧ୍ୟ ନିୟନ୍ତ୍ରିତ କରିଥାଏ । ଗୋଟିଏ ବାଦାମରେ ୭ କ୍ୟାଲୋରି ଥାଏ ।

ସମ୍ବନ୍ଧିତ ଖବର