ଆଚ‌େରକରଙ୍କ ଆଶୀର୍ବାଦ ନେଲେ ସଚିନ ଓ କାମ୍ବଲି

କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏବଂ ତାଙ୍କ ବାଲ୍ୟ ବନ୍ଧୁ ତଥା ସାଥୀ ଖେଳାଳି ବିନୋଦ କାମ୍ବଲି ଗୁରୁବାର ସେମାନଙ୍କ ପ୍ରଥମ ଗୁରୁ ରମାକାନ୍ତ ଆଚରେକରଙ୍କ ଆଶୀର୍ବାଦ ନେଇଛନ୍ତି। ନୂଆ ପ୍ରକଳ୍ପ ‘ତେନ୍ଦୁଲକର ମିଡିଲ୍‌ସେକ୍ସ ଗ୍ଲୋବାଲ ଏକାଡେମି’ ଆରମ୍ଭ ପୂର୍ବରୁ ଉଭୟ ଏହି ଆଶୀର୍ବାଦ ଭିକ୍ଷା କରିଥିଲେ। ସଚିନ ଓ କାମ୍ବଲିଙ୍କ ସହ ପ୍ରଥମ ଶ୍ରେଣୀ କ୍ରିକେଟର୍‌ ଅତୁଲ ରାଣାଦେ ମଧ୍ୟ ସାଥୀରେ ଥିଲେ। ଗ୍ଲୋବାଲ ଏକାଡେମିର ପ୍ରଥମ ଶିବିର ଗୁରୁବାରଠୁ ମୁମ୍ବାଇରେ ଆରମ୍ଭ ହୋଇଛି। ଏଥି‌େର ୭ରୁ ୧୮ ବର୍ଷ ବୟସର ଉଦୀୟମାନ କ୍ରିକେଟର୍‌ମାନେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର