‘ଭାରତ’ ଚଳଚ୍ଚିତ୍ର ଦେଖି ଫେରିଲେ ଭାରତୀୟ ଟିମ୍‌: ଫଟୋଫ୍ରେମରେ କଏଦ ହେଲେ ଯାଦବ, ଧୋନୀ, ଧାଓ୍ଵନ, ପାଣ୍ଡ୍ୟା ଓ ରାହୁଲ

0

ଭାରତ: ସଲମାନ ଖାନ୍‌ ଓ କାଟ୍ରିନ୍‌ କୈଫ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ ବକ୍ସ ଅଫିସ୍‌ରେ ସୁପର୍‌ ହିଟ୍‌ ହୋଇ ସାରିଛି। ରିଲିଜ୍‌ ହେବାର ମାତ୍ର ସପ୍ତାହ ମଧ୍ୟରେ ସଲମାନଙ୍କ ଏହି ଚଳଚ୍ଚିତ୍ର ୧୭୫ କୋଟି ବ୍ୟବସାୟ କରି ସାରିଲାଣି। ତେବେ, ଆପଣ ଜାଣି ଖୁସି ହେବେ ଯେ ବିଶ୍ୱକପ୍‌ ସିଜିନ୍‌ରେ ବି ସଲମାନଙ୍କର କ୍ରିକେଟର୍‌ ଫ୍ୟାନ୍ସମାନେ ସମୟ କାଢ଼ି ସାଥୀ ହୋଇ ‘ଭାରତ’ ଦେଖିବାକୁ ଯାଉଛନ୍ତି।

ଯେଉଁ କ୍ରିକେଟର୍‌ମାନେ ସିନେମା ଦେଖବାକୁ ବାହାରିବା ସମୟରେ ଏକ ଫଟୋ ଫ୍ରେମ୍‌ରେ କଏଦ ହୋଇଛନ୍ତି ସେମାନେ ହେଲେ କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନୀ, ଶିଖର ଧାଓ୍ଵନ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ୍‌ ରାହୁଲ।

 

 

View this post on Instagram

 

BHARAT KI TEAM ❤️BHARAT MOVIE KE BAAD ? @beingsalmankhan @katrinakaif @atulreellife @bharat_thefilm

A post shared by Kedar Jadhav (@kedarjadhavofficial) on

କେଦାର ଯାଦବ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଏହି ଫଟୋଟିକୁ ସେୟାର୍‌ କରି ଲେଖିଛନ୍ତି ‘ଭାରତ ଚଳଚ୍ଚିତ୍ର ପରେ ଭାରତୀୟ ଟିମ୍‌’।

ଉଲ୍ଲେଖଯୋଗ୍ୟ, ଭାରତ ତା’ର ପରବର୍ତ୍ତର ବିଶ୍ୱ କପ୍‌ ମ୍ୟାଚ୍‌ ଜୁନ୍‌ ୧୩ ତାରିଖରେ ନଟିଂଘମଠାରେ ନିଉଜିଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.