ସୌଭାଗ୍ୟ ଦ୍ବିତୀୟ ଥର ହାଫ୍‌ ଆଇରନମ୍ୟାନ

କଟକ: ଗୋଆରେ ରବିବାର ଶେଷ ହୋଇଥିବା ହାଫ୍‌ ଆଇରନ୍‌ମ୍ୟାନ ପ୍ରତିଯୋଗିତାକୁ ଓଡ଼ିଶାର ସୌଭାଗ୍ୟ କୁମାର ରଥ ସଫଳତାର ସହ ଶେଷ କରିଛନ୍ତି। ସମୁଦ୍ରରେ ୧.୯ କିଲୋମିଟର ସନ୍ତରଣ, ୯୦ କିଲୋମିଟର ସାଇକେଲ ଚାଳନା ଓ ୨୧ କିଲୋମିଟର ଦୌଡ଼କୁ ସେ ମୋଟ ୭ଘଣ୍ଟା ୩୫ ମିନିଟ୍‌ରେ ଶେଷ କରିପାରିଛନ୍ତି। ଏପରିକି ସମୁଦ୍ରରେ ପହଁରିବା ସମୟରେ ଜେଲି ମାଛ କାମୁଡ଼ାରୁ ମଧ୍ୟ ସେ ବର୍ତ୍ତିନଥିଲେ। ସନ୍ତରଣକୁ ୧ଘଣ୍ଟା ୧୦ ମିନିଟ୍‌, ସାଇକେଲ ଚାଳନାକୁ ୩ଘଣ୍ଟା ୧୫ ମିନିଟ୍‌ ଓ ଦୌଡ଼କୁ ୩ଘଣ୍ଟା ୧୦ ମିନିଟ୍‌ରେ ସେ ପାର‌୍‌ କରିଥିଲେ। ଏଥିପୂର୍ବରୁ ହାଇଦ୍ରାବାଦ ଟ୍ରାଏଥଲନ୍‌ରେ ସୌଭାଗ୍ୟ ହାଫ୍‌ ଆଇରନ୍‌ ମ୍ୟାନ ଆଖ୍ୟା ପାଇଥିଲେ।

ସମ୍ବନ୍ଧିତ ଖବର