ଏସ୍‌ପିଏଲ୍‌: ଗ୍ଲାଡିଏଟର୍ସ, ଥଣ୍ଡର୍ସ, ପାଟ୍ରିଅଟ୍ସ ବିଜୟୀ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ କ୍ରିକେଟ୍‌ ସଂଘ ଆନୁକୂଲ୍ୟରେ ସଚିବାଳୟ ପଡ଼ିଆରେ ଏକାଦଶ ସେକ୍ରେଟାରିଏଟ୍‌ ପ୍ରିମିୟର ଲିଗ୍‌ (ଏସ୍‌ପିଏଲ୍‌) ଦିବାରାତ୍ର କ୍ରିକେଟ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଘାଟିତ ହୋଇ ଯାଇଛି। ପ୍ରଥମ ଦିବସରେ ଗ୍ଲାଡିଏଟର୍ସ, ଥଣ୍ଡର୍ସ ଏବଂ ପାଟ୍ରିଅଟ୍ସ ଦଳ ବିଜୟୀ ହୋଇଛନ୍ତି। ଗ୍ଲାଡିଏଟର୍ସ ୨ ଓ୍ଵିକେଟ୍‌ରେ ଓ୍ଵାରିୟର୍ସକୁ, ଥଣ୍ଡର୍ସ ୧୬ ରନ୍‌ରେ କନ୍‌କର୍ସକୁ ଏବଂ ପାଟ୍ରିଅଟ୍ସ ୪ ଓ୍ଵିକେଟ୍‌ରେ ଏମ୍ପାୟରକୁ ପରାସ୍ତ କରିଥିଲା।
ପ୍ରଥମ ମ୍ୟାଚ୍‌ରେ ଗ୍ଲାଡିଏଟର୍ସ ନିର୍ଧାରିତ ୮ ଓଭରରେ ୭୪ ରନ୍‌ କରିଥିଲା ବେଳେ ଓ୍ଵାରିୟର୍ସ ୬ ଓ୍ଵିକେଟ୍‌ରେ ୭୧ ରନ୍‌ କରିପାରିଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଲୀପ କୁମାର ପ୍ରଧାନ (୪୧ ରନ୍‌)ଙ୍କୁ ମିଳିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଥଣ୍ଡର୍ସ ୭୬/୨ କରିଥିଲା ବେଳେ ୬୦/୪ କରିବାକୁ ସମର୍ଥ ହୋଇଥିଲା। ଅର୍ଧଶତକ ହାସଲ କରିଥିବା ଦେବ ପ୍ରସାଦ ପତି (୫୦)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ତୃତୀୟ ମ୍ୟାଚ୍‌ରେ ଏମ୍ପାୟର ୪ ଓ୍ଵିକେଟ୍‌ ହରାଇ ୫୨ ରନ୍‌ କରିଥିଲା ବେଳେ ପାଟ୍ରିଅଟ୍ସ ୬.୧ ଓଭରରେ ୩ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଫାଲ୍‌ଗୁନୀ ସ୍ୱାଇଁ (୧୬ ରନ୍‌, ୨ ଓ୍ଵିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମ୍ୟାଚ୍‌କୁ ମାରୁତି ଆଚାର୍ଯ୍ୟ ଏବଂ ଲୁଲୁ ମହାପାତ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର