ଆତଙ୍କୀ ଆକ୍ରମଣର ୮ ବର୍ଷ ପରେ ପାକିସ୍ତାନ ସହିତ ଅନ୍ତର୍ଜାତୀୟ ଟି-୨୦ ଖେଳିବ ଶ୍ରୀଲଙ୍କା

କଲମ୍ବୋ: ଦୀର୍ଘ ଆଠ ବର୍ଷ ପରେ ଆଗାମୀ ଅକ୍ଟୋବର ୨୯ରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଲାହୋରରେ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଶ୍ରୀଲଙ୍କା କ୍ରିକେଟ ସ୍ପଷ୍ଟ କରିଛି। ୨୦୦୯ରେ ବନ୍ଧୁକ ଓ ଗ୍ରେନେଡ଼ ଆକ୍ରମଣ ପରେ ଦେଶ ମଧ୍ୟରେ ପାକିସ୍ତାନରେ କୌଣସି ଆର୍ନ୍ତର୍ଜାତୀୟ ମ୍ୟାଚ ହୋଇ ପାରି ନାହିଁ।

ସେହି ଆକ୍ରମଣରେ ୬ଜଣ ପୁଲିସ ଅଧିକାରୀ ଓ ୨ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏଥି ସହିତ ୬ଜଣ ଶ୍ରୀଲଙ୍କା ଖେଳାଳି ଆହତ ହୋଇଥିଲେ। ତା’ପରଠାରୁ ବିଦେଶୀ ଖେଳାଳି ପାକିସ୍ଥାନରେ ମ୍ୟାଚ ଖେଳିବାକୁ ଆଗ୍ରହ ଦେଖାଉ ନାହାନ୍ତି। ୨୦୧୫ରେ ଜିମ୍ବାେଓ୍ଵ ବ୍ୟତୀତ ପାକିସ୍ତାନରେ ଆଉ କୌଣସି ମ୍ୟାଚ ହୋଇ ନଥିବା ବେଳେ, ପାକିସ୍ତାନର ଘରୋଇ ମ୍ୟାଚଗୁଡ଼ିକ ୟୁନାଇଟେଡ଼ ଆରବ ଆମିରେଟସ୍‌ରେ ଖେଳାଯାଉଛି।

ଶ୍ରୀଲଙ୍କାର ୬ ଆହତ ଖେଳାଳି, ଜଣେ ନାଗରିକ

ପାକିସ୍ତାନ ସହିତ ଦ୍ୱିତୀୟ ଟେଷ୍ଟ ମ୍ୟାଚର ୩ୟ ଦିନରେ ଖେଳିବା ପାଇଁ ଷ୍ଟାଡିୟମ ଯାଉଥିବା ବେଳେ ଶ୍ରୀଲଙ୍କା କ୍ରିକେଟ ଖେଳାଳିଙ୍କ ବସ ଉପରକୁ ଆକ୍ରମଣ ହୋଇଥିଲା। ଲିବର୍ଟି ଛକ ନିକଟରେ ଲୁଚି ରହିଥିବା ୧୨ ଜଣ ଆତଙ୍କବାଦୀ ବସ ଉପରକୁ ଆଖି ବନ୍ଦ କରି ଗୁଳି ଚଳାଇଥିଲେ। ଏହା ଥିଲା ୨୦୦୯ ମାର୍ଚ୍ଚ ୩ର ଘଟଣା। ଲାହୋରସ୍ଥିତ ଗଦ୍ଦାଫି ଷ୍ଟାଡିୟମରେ ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୬ଜଣ ଖେଳାଳି ଓ ଜଣେ ଶ୍ରୀଲଙ୍କା ନାଗରିକ ଆହତ ହୋଇଥିଲେ। ଏହି ଗୁଳିକାଣ୍ଡରେ ୬ଜଣ ପୁଲିସ କର୍ମୀ ଓ ୨ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ସାମିଲ ଥିବା ୩ଜଣ ଆତଙ୍କୀଙ୍କୁ ପୁଲିସ ୨୦୧୬ ଅଗଷ୍ଟରେ ଏନ୍‌କାଉଣ୍ଟର କରି ନିହତ କରିଥିଲା।

  1. ଥିଲାନ ସମରବୀରା
  2. ମାହେଲା ଜୟବର୍ଦ୍ଧନେ(ତତ୍କାଳୀନ ଅଧିନାୟକ)
  3. କୁମାର ସାଙ୍ଗାକାରା(ତତ୍କଶଳୀନ ଉପ-ଅଧିନାୟକ)
  4. ତରଙ୍ଗା ପରାନଭିଟାନା 
  5. ଅଜନ୍ତା ମେଣ୍ଡିସ
  6. ଛାମିନ୍ଦା ଭାସ
  7. ସୁରଙ୍ଗା ଲକମଲ(ନାଗରିକ)

ଗତ ମାସରେ ପାକିସ୍ତାନ ଓ୍ଵାଲଡ୍‌ ଏକ୍ସଆଇ ବିପକ୍ଷରେ ଲାହୋରସ୍ଥିତ ଗଦାଫି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଟି-୨୦ର ଆୟୋଜନ କରିଥିଲା।  ଶ୍ରୀଲଙ୍କା ଓ ପାକିସ୍ତାନ ସରକାରଙ୍କ ସହାୟତାରେ ଶ୍ରୀଲଙ୍କା କ୍ରକେଟ ବିଗତ ୨ମାସ ମଧ୍ୟରେ ସୁରକ୍ଷା ନେଇ ଅନେକ ତର୍ଜମା କରିଛି। ସୁରକ୍ଷା ନେଇ କୌଣସି ଚିନ୍ତା ନ ଥିବାରୁ ୩ୟ ଟି-୨୦କୁ ଲାହୋରରେ ଖେଳିବାକୁ ଇଚ୍ଛା ପ୍ରକାଶ କରୁଛି।  ୩ଟି ଟି-୨୦ ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚ ୟୁନାଇଟେଡ ଆରବ ଇମରେଟ୍‌ରେ ଖେଳାଯିବ।

 

ସମ୍ବନ୍ଧିତ ଖବର