ଏସ୍‌ସିଏସ୍‌ସି ଓ ଭୁବନେଶ୍ୱରର ଯୁଗଳ ବିଜୟ

ରାଜ୍ୟ କନିଷ୍ଠ ବାସ୍କେଟ୍‌ବଲ୍‌ 

କଟକ: ଜବାହରଲାଲ୍‌ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟ କନିଷ୍ଠ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତାର ଦ୍ୱିତୀୟ ଦିନ ବାଳକ ବିଭାଗରେ ଜଗତ୍‌ସିଂହପୁର ୯-୦ରେ ସୁପ୍ରିମ୍‌କୁ, ବିବିଏ ୩୨-୨୨ରେ କିଟ୍‌କୁ, ସେଲ୍‌ଟିକ୍ସ ୩୫-୬ରେ ବିବିସିକୁ, ଗଞ୍ଜାମ ୨୪-୮ରେ ସିବିଏକୁ, ଆର୍‌ଏସ୍‌ପି ୩୯-୩୪ରେ ଖୋର୍ଧାକୁ, ଭୁବନେଶ୍ୱର ୩୩-୨୦ରେ ସମ୍ବଲପୁରକୁ, ଭଦ୍ରକ ୪୦-୨୬ରେ କେନ୍ଦ୍ରାପଡ଼ାକୁ, ଗଜପତି ୨୦-୦ରେ କୋରାପୁଟକୁ, ଏସ୍‌ସିଏସ୍‌ସି ୩୧-୨୦ରେ ଅନୁଗୁଳକୁ, ରୋଭର୍ସ ୪୦-୧୭ରେ କେନ୍ଦୁଝରକୁ, କିଟ୍‌ ୨୯-୧୫ରେ ଏମ୍‌ଓ୍ଵାଇସିକୁ, ରାୟଗଡ଼ା ୧୭-୮ରେ ଅନୁଗୁଳକୁ, ରାଉରକେଲା ୩୧-୨୧ରେ ଜଗତ୍‌ସିଂହପୁରକୁ, ଭୁବନେଶ୍ୱର ୩୭-୧୪ରେ ଗଜପତିକୁ ଓ ଏସ୍‌ସିଏସ୍‌ସି ୨୯-୨୬ରେ ରାୟଗଡ଼ାକୁ ହରାଇଛି। ବାଳିକା ବିଭାଗରେ ଟଟର୍ସ ୨୮-୪ରେ ଭଦ୍ରକକୁ, ଭୁବନେଶ୍ୱର ୪୦-୧୨ରେ ଏଣ୍ଟରଟେନରକୁ, ଗଞ୍ଜାମ ୩୨-୫ରେ ଜଗତସିଂହପୁରକୁ ହରାଇଛନ୍ତି।

ସମ୍ବନ୍ଧିତ ଖବର