ରାଜ୍ୟ ପୁଲିସ ଭଲି ଓ ବାସ୍କେଟ୍‌ବଲ୍‌

କମିସନରେଟ୍‌, ଅଗ୍ନିଶମ ବିଜୟୀ

ସମ୍ବଲପୁର: ୭୫ତମ ରାଜ୍ୟ ପୁଲିସ ଭଲିବଲ ଓ ବାସ୍କେଟ୍‌ବଲ୍‌ ପ୍ରତିଯୋଗିତାରେ ମଙ୍ଗଳବାର ବାସ୍କେଟବଲ୍‌ରେ ଓଏସ୍‌ଏପି ଷଷ୍ଠ ବାଟାଲିୟନ କଟକ ୭୯-୪୬ରେ ଅଷ୍ଟମ ବାଟାଲିୟନକୁ ଓ କମିସନରେଟ୍‌ ପୁଲିସ (ଏ) ୬୩-୨୩ରେ ରାଉରକେଲା ପୁଲିସ ଜିଲ୍ଲାକୁ ପରାସ୍ତ କରିଥିଲେ। ସେହିପରି ଭଲିବଲରେ ଦ୍ୱିତୀୟ ଏସ୍‌ଏସ୍‌ବିଏନ୍‌ କେନ୍ଦୁଝର ୨-୦ରେ କେନ୍ଦ୍ରପଡ଼ାକୁ, ପ୍ରଥମ ଭାରତୀୟ ରିଜର୍ଭ ବାଟାଲିୟନ କୋରାପୁଟ ୨-୦ରେ କମିସନରେଟ୍‌ ପୁଲିସ (ବି)କୁ, ବାଲେଶ୍ୱର ୨-୦ରେ ପୁରୀକୁ, ଓଏସ୍‌ଏପି ଚତୁର୍ଥ ବାଟାଲିୟନ ରାଉରକେଲା ୨-୦ରେ ଓଏସ୍‌ଏପି ଅଷ୍ଟମ ବାଟାଲିୟନକୁ, କୋରାପୁଟ ଜିଲ୍ଲା ପୁଲିସ୍‌ ୨-୦ରେ ସପ୍ତମ ସ୍ୱତନ୍ତ୍ର ଭାରତୀୟ ରିଜର୍ଭ ବାଟାଲିୟନ କୋରାପୁଟକୁ, ଓଏସ୍‌ଏପି ଦ୍ୱିତୀୟ ବାଟାଲିୟନ ଝାରସୁଗୁଡ଼ା ୨-୦ରେ ମୟୂରଭଞ୍ଜକୁ, କମିସନରେଟ୍‌ ପୁଲିସ (ଏ) ୨-୦ରେ ଓଏସ୍‌ଏପି ପଞ୍ଚମ ବାଟାଲିୟନ ବାରିପଦାକୁ, ଅନୁଗୁଳ ୨-୧ରେ ଓଏସ୍‌ଏପି ଷଷ୍ଠ ବାଟାଲିୟନ କଟକକୁ, ପ୍ରଥମ ବାଟାଲିୟନ୍‌ ସମ୍ବଲପୁର ୨-୧ରେ ଜଗତସିଂହପୁରକୁ, ଓଡ଼ିଶା ଅଗ୍ନିଶମ ସେବା ୨-୦ରେ ଅଷ୍ଟମ ସ୍ୱତନ୍ତ୍ର ଭାରତୀୟ ରିଜର୍ଭ ବାଟାଲିୟନକୁ, ତୃତୀୟ ଭାରତୀୟ ରିଜର୍ଭ ବାଟାଲିୟନ କଳିଙ୍ଗନଗର ୨-୦ରେ ଝାରସୁଗୁଡ଼ାକୁ ହରାଇଥିଲେ।

ସମ୍ବନ୍ଧିତ ଖବର