ରାଜ୍ୟସ୍ତରୀୟ ଫୁଟ୍‌ବଲ୍‌: ଜଟଣୀ ସେମିରେ

ନରସି˚ହପୁର: କଟକ ଜିଲ୍ଲା ନରସି˚ହପୁର ବ୍ଲକ୍‌ ଅନ୍ତର୍ଗତ କାନପୁର ଆଞ୍ଚଳିକ ଦୌଡ଼କୁଦ ସ˚ଘ ଆନୁକୂଲ୍ୟରେ ସ୍ଥାନୀୟ ମିନି ଷ୍ଟାଡ଼ିୟମ୍‌ରେ ଚାଲିଥିବା ରାଜ୍ୟସ୍ତରୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଢେଙ୍କାନାଳର ପପୁଲାର୍‌ କ୍ଲବ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରି ଜଟଣୀର ମା’ ବାଉତି ଗୋଲ୍‌ଡେନ୍‌ କ୍ଲବ୍‌ ସେମି ଫାଇନାଲକୁ ଉନ୍ନୀତ ହୋଇଛି। ଶନିବାର ମ୍ୟାଚ୍‌ର ଦ୍ବିତୀୟାର୍ଧରେ ଜଟଣୀ ଦଳ ଏକମାତ୍ର ଗୋଲ୍‌ କରିଥିଲା। ରଜାକ ଖାନ୍‌, ଅବିନାଶ ପଟ୍ଟନାୟକ, ଶ୍ରୀକାନ୍ତ ପ୍ରଧାନ, ନେତ୍ରାନନ୍ଦ ମଲ୍ଲିକ ଓ ରାଜକିଶୋର ଦାଶ ଖେଳ ପରିଚଳନା କରିଥିଲେ। କାନପୁର ସରପଞ୍ଚ ମନମୋହନ ଦାସ, ସମିତି ସଭ୍ୟା ମୀନାମଣି ବେହେରା ଅତିଥି ଭାବେ ଯୋଗଦେଇଥିଲେ। ସ˚ଘର ସମ୍ପାଦକ ସତୀଶ୍‌ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ସନାତନ ପ୍ରଧାନ, ସୁଜ୍ଞାନୀ ବସ୍ତିଆ, ଗୋପାଳ ପ୍ରଧାନ, ସମୀର ପ୍ରଧାନ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ। ରବିବାର ଶେଷ କ୍ବାର୍ଟର୍‌ ଫାଇନାଲ ମ୍ୟାଚ୍‌ ଚିଲିକାର କାଳିଜାଇ ସ୍ପୋର୍ଟିଂ କ୍ଲବ୍‌ ଓ ଜାରକା ଏକାଡେମି ମଧ୍ୟରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର