ଗ୍ରୀଷ୍ମକାଳୀନ ବନ୍ଧୁକ ଚାଳନା ଶିବିର ଉଦ୍‌ଯାପିତ

ଭୁବନେଶ୍ୱର: ଓଡ଼ିଶା ରାଇଫଲ୍‌ ସଂଘ ଏବଂ ଉତ୍କଳ କରାଟେ ସ୍କୁଲ୍‌ର ମିଳିତ ପ୍ରୟାସରେ ଆୟୋଜିତ ତୃତୀୟ ଗ୍ରୀଷ୍ମକାଳୀନ ବନ୍ଧୁକ ଚାଳନା ପ୍ରଶିକ୍ଷଣ ଶିବିର ଶନିବାର ଉଦ୍‌ଯାପିତ ହୋଇଯାଇଛି। ଶିବିରର ଚତୁର୍ଥ ସଂସ୍କରଣ ଜୁନ୍‌ ୫ ତାରିଖରୁ ଆରମ୍ଭ ହେବ। ଏଥିରେ ଭାଗ ନେବାକୁ ଆଗ୍ରହୀ ବାଳକ ଓ ବାଳିକା ଉତ୍କଳ କରାଟେ ସ୍କୁଲ୍‌ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିପାରିବେ। ଶିବିରରେ ବନ୍ଧୁକଚାଳନା ସଂପର୍କିତ ତଥ୍ୟ, ବୈଷୟିକ ଜ୍ଞାନ କୌଶଳ ତଥା ଏୟାର ରାଇଫଲ୍‌, ଏୟାର ପିସ୍ତଲ ଓ .୨୨ ରାଇଫଲ୍‌, ସମସ୍ତ ପ୍ରକାଶ ପିସ୍ତଲ/ରିଭଲଭର ଉପରେ ପ୍ରଶିକ୍ଷଣ ଦିଆଯାଉଛି। ଆନ୍ତର୍ଜାତୀୟ ବନ୍ଧୁକଚାଳନା କ୍ରୀଡ଼ା ସଂଘ ଦ୍ୱାରା ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷକ ଆଶିଷ ନାୟକ ଶିବିର ପରିଚାଳନା କରୁଛନ୍ତି। ଅଧିକ ବିବରଣୀ ପାଇଁ (ଫୋନ୍‌ ନଂ-୦୬୭୪ ୨୫୩୨୫୩୧ କିମ୍ବା ୯୪୩୭୧୫୩୧୮୬)ରେ ଯୋଗଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର