ଗ୍ରୀଷ୍ମକାଳୀନ ବନ୍ଧୁକ ଚାଳନା ଶିବିର ଉଦ୍‌ଯାପିତ

ଭୁବନେଶ୍ୱର: ଓଡ଼ିଶା ରାଇଫଲ୍‌ ସଂଘ ଓ ଉତ୍କଳ କରାଟେ ସ୍କୁଲ୍‌ର ମିଳିତ ଉଦ୍ୟମରେ ଆୟୋଜିତ ପ୍ରଥମ ଗ୍ରୀଷ୍ମକାଳୀନ ବନ୍ଧୁକ ଚାଳନା ଶିବିର ଶନିବାର ଉଦ୍‌ଯାପିତ ହୋଇଯାଇଛି। ଉତ୍କଳ କରାଟେ ସ୍କୁଲ୍‌ ବନ୍ଧୁକଚାଳନା ରେଞ୍ଜ୍‌ରେ ଚାଲିଥିବା ଏହି ଶିବିରର ଅନ୍ତିମ ଦିବସରେ ଓଡ଼ିଶା ରାଇଫଲ୍‌ ସଂଘର ସଭାପତି ଅନଙ୍ଗ ଉଦୟ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୫ ଜିଲ୍ଲାରୁ ଭାଗ ନେଇଥିବା ୫୫ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ଶିବିର ଆସନ୍ତା ୮ ତାରିଖରୁ ଆରମ୍ଭ ହେବ। ତେବେ ଦକ୍ଷତା ଚୟନ ପାଇଁ ମୋଟ ୬ ଶିବିର ଆୟୋଜନ କରାଯିବ। ତେବେ ଆଗାମୀ ରାଜ୍ୟ ପ୍ରତିଯୋଗିତା ପୂର୍ବରୁ ଜୁନ୍‌ ମାସରେ ଏକ ପ୍ରାକ୍‌ ରାଜ୍ୟ ପ୍ରତିଯୋଗିତା ଆୟୋଜିତ ହେବ ବୋଲି ଏହି ଅବସରରେ ଓଡ଼ିଶା ରାଇଫଲ୍‌ ସଂଘର ସଂପାଦକ କହିଛନ୍ତି। ତେଣୁ ବନ୍ଧୁକଚାଳକମାନେ ଜୁନ୍‌ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିପାରିବେ।

ସମ୍ବନ୍ଧିତ ଖବର