ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନ ଫୁଟବଲ୍ ଦଳ କିଣିଲେ

ମୁମ୍ବାଇ: ତଥା ହଲିଉଡ୍ ଅସଡ଼ ଚଳଚ୍ଚିତ୍ରର ନାୟିକା ସନ୍ନି ଲିଓନ ଫୁଟ୍‌ବଲ୍ ଦଳର ମାଲିକାଣି ହୋଇଛନ୍ତି। ସେଲିବ୍ରେଟିଙ୍କୁ ନେଇ ଇଂଲଣ୍ଡରେ ଖେଳା ଯାଉଥିବା ଆଇପିଏଲ୍ ସକର ସେଭେନ୍-ଏ-ସାଇଡ୍ ଇନ୍‌ଡୋର ଫୁଟ୍‌ବଲ୍ ପ୍ରତିଯୋଗିତାରେ ସେ ଲିସେଷ୍ଟର ଗାଲାକଟୋସ୍ ଦଳର କିଛି ଅଂଶଧନ କିଣିଛନ୍ତି। ଏଥିନେଇ ସନ୍ନି କହିଛନ୍ତି ଯେ କ୍ରୀଡ଼ା ସାରା ବିଶ୍ବର ଭାଷା କୁହେ। ଉଦୀୟମାନ ତାରକାଙ୍କୁ ଉତ୍ସାହିତ କରିବାର ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି। ଫୁଟ୍‌ବଲ୍ ଖେଳାଳିଙ୍କ ପାଇଁ ଏହି ଲିଗ୍ ଏକ ବଳିଷ୍ଠ ମଞ୍ଚ ହେଉଛି। ଆମ ଦଳ ମଧ୍ୟ ଅନେକ ନୂଆ ଖେଳାଳିଙ୍କୁ ସୁଯୋଗ ଦେବ। ସୂଚନାଯୋଗ୍ୟ ଯେ ଇଂଲଣ୍ଡ ଫୁଟବଲ୍ ଦଳର ପୂର୍ବତନ ତାରକା ମାଇକେଲ୍ ଓଏନ୍ ଏହି ଲିଗ୍‌ର ବ୍ରାଣ୍ଡ ଆମ୍ବାସାଡାର ଅଛନ୍ତି।

ସମ୍ବନ୍ଧିତ ଖବର