ୟୁନିଟ୍‌-୧ ସୁପରଲିଗ୍‌ରେ ୟେଲୋ ବିଜେତା

ଭୁବନେଶ୍ୱର: ଆଚିଭର୍ସ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଥମ ୟୁଟିନ୍‌-୧ ସୁପରଲିଗ୍‌ ଫୁଟ୍‌ବଲ୍‌ ଉଦ୍‌ଯାପିତ ହୋଇଛି। ରବିବାର ଖେଳାଯାଇଥିବା ଫାଇନାଲରେ ଆଚିଭର୍ସ ୟେଲୋ ୨-୧ ଗୋଲ୍‌ରେ ବ୍ଲୁ’କୁ ହରାଇ ବିଜେତା ହୋଇଛି। ଅବିନାଶ ମହାପାତ୍ରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ କରାଯାଇଥିଲା। ଉଦ୍‌ଯାପନୀ ସମାରୋହରେ ସମାଜସେବୀ ଫିରୋଜ ଖାନ୍‌ ଓ ଜାତୀୟ ରେଫରି ଚନ୍ଦ୍ରକାନ୍ତ ବାରିକ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ସଭାପତି ସନ୍ତୋଷ କୁମାର ବାରିକ, ସମ୍ପାଦକ କଳିଙ୍ଗ ସାମନ୍ତରାୟ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର