ସାଉଥମ୍ପ୍ଟନର କିଆ ଓଭାଲରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଲାଗି ଇଂଲଣ୍ଡ ମଙ୍ଗଳବାର ୧୩ ଜଣିଆ ଦଳ ଘୋଷଣା କରିଛି। ଚତୁର୍ଥ ଟେଷ୍ଟ ପାଇଁ ଘରୋଇ ଦଳ ବାଛିଥିବା ଦଳରୁ କେବଳ ଜେମ୍ସ ଭିନ୍ସ ବାଦ୍ ପଡ଼ିଥିଲା ବେଳେ ଅନ୍ୟ ସମସ୍ତେ ନିଜ ନିଜ ସ୍ଥାନ ବଜାୟ ରଖିଛନ୍ତି। ଖରାପ ପ୍ରଦର୍ଶନ ସତ୍ତ୍ୱେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କିଟନ ଜେନିଙ୍ଗ୍ସଙ୍କୁ ଆଉ ଏକ ସୁଯୋଗ ମିଳିଛି। ଏହି ମ୍ୟାଚ୍ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଆଲେଷ୍ଟର କୁକ୍ଙ୍କ ଶେଷ ଟେଷ୍ଟ ହୋଇଥିଲା ବେଳେ ଜେନିଙ୍ଗ୍ସ ତାଙ୍କ ସହ ପୁଣି ଥରେ ପାଳି ଆରମ୍ଭ କରିବାର ସମ୍ଭାବନା ଅଧିକ। ଇଂଲଣ୍ଡ : ଜୋ ରୁଟ୍ (ଅଧିନାୟକ), ମୋଇନ ଅଲ୍ଲୀ, ଜେମ୍ସ ଆଣ୍ଡରସନ୍, ଜନି ବେୟାରଷ୍ଟୋ, ଷ୍ଟୁଆର୍ଟ ବ୍ରଡ୍, ଜୋସ୍ ବଟଲର, ଆଲେଷ୍ଟର କୁକ୍, ସାମ୍ କରନ, କିଟନ ଜେନିଙ୍ଗ୍ସ, ଓଲି ପୋପ୍, ଆଦିଲ ରସିଦ, ବେନ୍ ଷ୍ଟୋକ୍ସ, କ୍ରିସ୍ ଓକ୍ସ।