ବିରାଟ କୋହଲି କିଣିଲେ ୧.୩୩ କୋଟି ଟଙ୍କା ମୂଲ୍ୟର ଅଡି କ୍ୟୁ-୮ କାର, ପତ୍ନୀ ଅନୁଷ୍କାଙ୍କୁ ଉପହାର ଭାବେ ଦେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି ଏକ ଅଡି କ୍ୟୁ-୮ କାର କିଣିଛନ୍ତି | ଏହି କାର ଭାରତରେ ଜାନୁୟାରୀ ୧୫ ତାରିଖରେ ଲଞ୍ଚ ହୋଇଥିବାବେଳେ ବିରାଟ ଏହାର ପ୍ରଥମ କ୍ରେତା ହୋଇଛନ୍ତି | ଅଡି କ୍ୟୁ-୮ର ମୂଲ୍ୟ ୧.୩୩ କୋଟି ଟଙ୍କାରୁ ଆରମ୍ଭ ହେଉଛି | ଏହି କାରରେ ୨୯୯୫ ସିସିର ଇଂଜିନ ଥିବାବେଳେ ଅଟୋମେଟିକ ଟ୍ରାନ୍ସମିଶନ ରହିଛି | ସେହିପରି ଏହି କାରରେ ୭ ଜଣ ବସିବାର କ୍ଷମତା ଥିବାବେଳେ ପାଖାପାଖି ୧୫ଟି ରଙ୍ଗରେ ଉପଲବ୍ଧ ହେବ | ଏହା ହେଉଛି ବିଏସ୍‌-୬ ନିୟମ ପାଳନ କରୁଥିବା କଂପାନିର ଦ୍ବିତୀୟ ଗାଡ଼ି। ଏହା ପୂର୍ବରୁ କଂପାନି ପକ୍ଷରୁ ଏ୬ର ବିଏସ୍‌-୬ ମଡେଲ୍‌କୁ ଉନ୍ମୋଚନ କରାଯାଇଥିଲା ।

ଅଡି କ୍ୟୁ-୮ ହେଉଛି ଏସ୍‌ୟୁଭି ଓ ଲକ୍‌ଜୁରି କୁପ୍‌ର ଏକ ମିଶ୍ରଣ। ଚର୍ଚ୍ଚା ହେଉଛି ଯେ, ବିରାଟ ନିଜ ପତ୍ନୀ ଅନୁଷ୍କାଙ୍କୁ ଉପହାର ଦେବାକୁ ଏହି କାର କିଣିଛନ୍ତି | ଏଠାରେ ସୂଚନା ଥାଉ କି କିଛି ଦିନ ତଳେ କୋହଲିଙ୍କୁ ସ୍ପ୍ରିଣ୍ଟ ଅଫ କ୍ରିକେଟ ଆୱାର୍ଡରେ ସମ୍ମାନିତ କରାଯାଇଛି |

ଏହା ପୂର୍ବରୁ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ସଦ୍ୟ ଘୋଷିତ ଟ୍ବେଣ୍ଟି-୨୦ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତା ତାଲିକାରେ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠିଥିଲେ | ଆଇସିସିର ଉଭୟ ଦିନିକିଆ ଓ ଟେଷ୍ଟ୍ ବ୍ୟାଟିଂ ତାଲିକାର ଶୀର୍ଷରେ ଥିବା କୋହଲି ଟ୍ବେଣ୍ଟି-୨୦ ମାନ୍ୟତାରେ ଉନ୍ନତି ଆଣି ନବମ ସ୍ଥାନକୁ ଲମ୍ଫ ମାରିଥିଲେ । ସେ ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଓ ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଯଥାକ୍ରମେ ୩୦* ଓ ୨୬ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର