ମୋର ବେକ ଠିକ୍‌ ହୋଇଗଲାଣି, ପିଚ୍‌କୁ ଫେରିଥିବାରୁ ଉତ୍ସାହିତ ଅଛି: କୋହଲି

ଆସନ୍ତାକାଲି ଟିମ୍‌ ଇଣ୍ଡିଆର ଇଂଲଣ୍ଡ ଗସ୍ତ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପୂରା ଫିଟ୍‌ ହୋଇଯିବା ପରେ ଇଂଲଣ୍ଡ ଗସ୍ତ ନେଇ ବହୁତ ଉତ୍ସାହିତ ଅଛନ୍ତି। ଗସ୍ତର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କେହାଲି କହିଛନ୍ତି ଟିମ୍‌ ଇଣ୍ଡିଆର ସଫଳତା ପାଇଁ ଏକତା ପ୍ରଦର୍ଶନ ଜରୁରୀ ଅଛି।

କୋହଲି କହିଛନ୍ତି, ମୁଁ ଏବେ ଶତପ୍ରତିଶତ ଫିଟ୍‌ ଅଛି ଓ ଗସ୍ତରେ ଯିବାକୁ ପୂରାପୁରି ପ୍ରସ୍ତୁତ ଅଛି। ମୋର ବେକ ଏବେ ଠିକ୍‌ ହୋଇଗଲାଣି। ମୁଁ ବହୁତ ଭଲ ଅଭ୍ୟାସ କରିଛି ଓ ମୁମ୍ବାଇରେ ୬-୭ ସେଶନରେ ଖେଳିଛି। ସେହିଭଳି ବ୍ରେକ ଆପଣଙ୍କୁ ମାନସିକ ରୂପରେ ସତେଜ କରିଥାଏ। ଏହା ମୋତେ ପିଚକୁ ପୁଣି ଥରେ ଫେରିବାକୁ ଉତ୍ସାହ ମିଳିଛି।

ଟିମ୍‌ ଇଣ୍ଡିଆର ୩ ମାସିଆ ଗସ୍ତ

-ଟିମ୍‌ ଇଣ୍ଡିଆ ଜୁନ ୨୩ରୁ ବ୍ରିଟେନ (ଆର୍ୟରଲାଣ୍ଡ ଓ ଇଂଲଣ୍ଡ) ଗସ୍ତରେ ଯିବ। ଏହି ଗସ୍ତ ପାଖାପାଖି ୩ ମାସ ପାଇଁ ହେଉଛି। ଭାରତୀୟ ଟିମ୍‌ ଆର୍ୟରଲାଣ୍ଡ ବିରୋଧରେ ଜୁନ ୨୭ ଓ ୨୯ରେ ୨ଟି ଟି-୨୦ ମ୍ୟାଚ ଖେଳିବ।

-ଟି-୨୦ ଶୃଙ୍ଖଳାରୁ ଇଂଲଣ୍ଡ ଗସ୍ତ ଆରମ୍ଭ ହେବ। ଏହି ମ୍ୟାଚଗୁଡ଼ିକ ଜୁଲାଇ ୩, ୬ ଓ ୮ରେ ଖେଳାଯିବ। ଏହା ପରେ ୩ଟି ଦିନିକିଆ ଶୃଙ୍ଖଳା ଖେଳାଯିବ। ଏହି ମ୍ୟାଚ ଗୁଡ଼ିକ ଜୁଲାଇ ୧୨, ୧୪ ଓ ୧୭ରେ ଖେଳାଯିବ। ଏହାପରେ ଭାରତୀୟ ଟିମ୍‌ ଟେଷ୍ଟ ମ୍ୟାଚ ଖେଳିବ।

ଟିମ୍‌ ଇଣ୍ଡିଆର ଅଧିନାୟକ କହିଛନ୍ତି, କ୍ରିକେଟ୍‌ ଏକ ଟିମ୍‌ ଖେଳ। ମୁଁ କେମିତି ପ୍ରଦର୍ଶନ କରୁଛି ଅଥବା ଏକ ଖେଳାଳି କେମିତି ଖେଳୁଛି, ଏଥିରେ ଦଳକୁ କୌଣସି ପ୍ରଭାବ ପଡ଼ି ନ ଥାଏ। ଆମକୁ ଏକ ଟିମ୍‌ ଭାବେ ଭଲ ଖେଳିବାର ଅଛି। ସେହିଭଳି ଇଂଲଣ୍ଡ ଗସ୍ତରେ ମଧ୍ୟ ଆମର ଫୋକସ ରହିବ ଯେ, ଆମେ କିପରି ଭଲ ଖେଳିବା ଓ କିପରି ଭଲ ପ୍ରଦର୍ଶନ କରିବା।

ଇଂଲଣ୍ଡରେ ସୁଇଙ୍ଗ ଉପରେ ପ୍ରଶ୍ନ ପଚରାଯିବାରୁ କୋହଲି କହିଛନ୍ତି, ସୁଇଙ୍ଗ କେବଳ ଭାରତୀୟଙ୍କ ପାଇଁ ନୁହେଁ ବରଂ ପ୍ରତ୍ୟେକ ଟିମ୍‌ ପାଇଁ ସମସ୍ୟା। ଟିମ୍‌ ଯଦି ଠିକ୍‌ରେ ଖେଳୁଛି ତା’ହେଲେ କୌଣସି ଅସୁବିଧା ନାହିଁ। ଗସ୍ତ ଅବସରରେ ଟିମ୍‌ର ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ କୋହଲି ରଣନୀତି ସଂପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। କୋହଲି କହିଛନ୍ତି, ଏହି ଗସ୍ତରେ ମଧ୍ୟ ଦକ୍ଷିଣ ଆଫ୍ରିକା ଭଳି ଖେଳିବାକୁ ଉଦ୍ୟମ କରିବୁ। ଆମର ବୋଲର ଟେଷ୍ଟରେ ୨୦ ଓ୍ଵିକେଟ୍‌ ନେଇ ପାରିବାର କ୍ଷମତା ରଖିଛନ୍ତି।

ସମ୍ବନ୍ଧିତ ଖବର