ଇଂଲଣ୍ଡ ବିପକ୍ଷରେ ଭାରତର ୫ମ ଟେଷ୍ଟ: ଓଭାଲରେ ଭିଭିଆନ୍‌ ରିଚାର୍ଡସଙ୍କ ରେକର୍ଡର ସମକକ୍ଷ ହେବେ କୋହଲି!

ଲଣ୍ଡନ: ଇଂଲଣ୍ଡ ବିପକ୍ଷରେ ଭାରତ ଶୁକ୍ରବାର ଚଳିତ ଟେଷ୍ଟ ଶୃଙ୍ଖଳାର ଅନ୍ତମ ତଥା ୫ମ ମୁକାବିଲା ଖେଳିବ। ଭାରତ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ହାରିଥିଲେ ମଧ୍ୟ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ପାଖରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ ସୁଯୋଗ ଆସିଛି। ୫ମ ଟେଷ୍ଟ ମ୍ୟାଚରେ କୋହଲି ଶତକ ହାସଲ କଲେ ସେ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ କ୍ରିକେଟର ସାର୍‌ ଭିଭିଆନ୍‌ ରିଚାର୍ଡସଙ୍କ ସମକକ୍ଷ ହେବେ। କେନିଙ୍ଗଟନ୍‌ସ୍ଥିତ ଓଭାଲ ଷ୍ଟାଡିୟମରେ କୋହଲି କେତେଦୂର ସଫଳ ହେବେ ତାହା ଆଗାମୀ ସମୟ କହିବ।

ପୂର୍ବତନ କ୍ରିକେଟର ରିଚାର୍ଡ଼ସ୍‌ ଏକଦା କ୍ରିକେଟ୍‌ର କିମ୍ବଦନ୍ତୀ ପୁରୁଷ ଭାବରେ ବିଶ୍ୱ କ୍ରିକେଟରେ ନିଜ ଦେଶ ପାଇଁ ସୁନାମ ଆଣିଥିଲେ। ତାଙ୍କର ସମକକ୍ଷ ହେବାକୁ କୋହଲି ଏକ ପାଦ ଦୂରରେ ଅଛନ୍ତି। ୨୯ ବର୍ଷିଅ କୋହଲି ୭୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୫୪.୪୪ ହାରରେ ୬୦୯୮ରନ୍‌ ସଂଗ୍ରହ କରିଥିବା ବେଳେ ରିଚାଡ଼ସ୍‌ ୧୨୧ଟେଷ୍ଟରେ ୫୦.୨୪ ହାରରେ ୮୫୪୦ ରନ୍‌ ସଂଗ୍ରହ କରିଛନ୍ତି। ରିଚାର୍ଡସ୍‌ ୨୪ଟି ଶତକ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର