ବିଶ୍ୱକପ : ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲାଣ୍ଡ, ଆଫଗାନିସ୍ତାନ ଦଳରେ ୩ ପରିବର୍ତ୍ତନ

ଓଲଡ ଟାଫୋର୍ଟ : ଇଂଲାଣ୍ଡର ଶିଳ୍ପନଗରୀ ମାଞ୍ଚେଷ୍ଟରର ଓଲଡ ଟାଫର୍ଟଠାରେ ଆଜି ବିଶ୍ୱକପ କ୍ରିକେଟ ୨୦୧୯ର ୨୪ ତମ ମ୍ୟାଚରେ ଆୟୋଜକ ଇଂଲାଣ୍ଡ ଆଫଗାନିସ୍ତାନକୁ ଭେଟୁଛି । ଇଂଲାଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହି ମ୍ୟାଚ ପାଇଁ ଇଂଲାଣ୍ଡ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଲିଆମ ପ୍ଲଙ୍କେଟଙ୍କ ସ୍ଥାନରେ ମୋଇନ ଅଲ୍ଲୀ ଫେରିଥିବାବେଳେ ରଏଙ୍କ ସ୍ଥାନରେ ଭିନସ ଦଳରେ ସାମିଲ ହୋଇଛନ୍ତି ।

ଅନ୍ୟପକ୍ଷରେ ଆଫଗାନିସ୍ତାନ ଦଳରେ ୩ଟି ପରିବର୍ତ୍ତନ ହୋଇଛି ବୋଲି ଅଧିନାୟକ ଗୁଲବୁଦ୍ଦିନ ନାଇବ କହିଛନ୍ତି । ଆଫତାବ, ଜଜାଇ ଓ ହମିଦଙ୍କ ସ୍ଥାନରେ ଦୌଲତ, ନାଜିବୁଲ୍ଲା ଓ ମୁଜିବ ଚୂଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି । ଏପର୍ଯ୍ୟନ୍ତ ଇଂଲାଣ୍ଡ ୪ଟି ମ୍ୟାଚ ଖେଳି ୬ ପଏଣ୍ଟ ପାଇଥିବାବେଳେ ଆଫଗାନିସ୍ତାନ ୪ ଟି ମ୍ୟାଚ ଖେଳି କୌଣସିଟିରେ ବିଜୟ ହାସଲ କରିନଥିବାରୁ କୌଣସି ପଏଣ୍ଟ ପାଇନାହିଁ ।

ସମ୍ବନ୍ଧିତ ଖବର