ଓଡ଼ିଆ ଝିଅ ନମିତା ଟପ୍ପୋ ଖେଳିଲେ ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌, ହକି ଇଣ୍ଡିଆ ଜଣାଇଲା ଶୁଭେଚ୍ଛା

ଇଂଲଣ୍ଡ: ନିଜ କ୍ୟାରିୟରର ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଓଡ଼ିଆ ଝିଅ ନମିତା ଟପ୍ପୋଙ୍କୁ ହକି ଇଣ୍ଡିଆ ଶନିବାର ଅଭିନନ୍ଦନ ଜଣାଇଛି। ମିଡଫିଲ୍ଡର ତଥା ୨୩ ବର୍ଷୀୟ ନମିତା ଶନିବାର ଠାରୁ ଆରମ୍ଭ ହୋଇଥିବା ଭିଟାଲିଟି ହକି ମହିଳା ବିଶ୍ୱକପରେ ଆୟୋଜକ ଇଂଲଣ୍ଡ ବିପକ୍ଷରେ ଏହି ମ୍ୟାଚ ଖେଳିଛନ୍ତି। ନମିତା ୧୭ ବର୍ଷ ବୟସରେ ୨୦୧୨ରେ ଭାରତୀୟ ହକି ଟିମ୍‌ରେ ବରିଷ୍ଠ ଟିମ୍‌ରେ ଡବଲିନ୍‌ରେ ଏଫ୍‌ଆଇଏଚ୍‌ ଚାମ୍ପିଅନ୍‌ସିପ୍‌ ଚ୍ୟାଲେଞ୍ଜରେ ପ୍ରଥମ ଥର ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ।

ମହିଳା ହକି ବିଶ୍ୱକପ: ଭାରତ-ଇଂଲଣ୍ଡ ମ୍ୟାଚ୍‌ ଡ୍ର

ନୂଆଦିଲ୍ଲୀ: ଲଣ୍ଡନରେ ଶନିବାର ଆରମ୍ଭ ହୋଇଥିବା ମହିଳା ହକି ବିଶ୍ୱକପରେ ଭାତର-ଇଂଲଣ୍ଡ ମ୍ୟାଚ୍‌ ୧-୧ରେ ଡ୍ର ହୋଇଛି। ଭାରତ ପକ୍ଷରୁ ନେହା ଗୋୟଲ ୨୫ ମିିନିଟରେ ଗୋଲ ଦେଇ ନିଜ ଦଳକୁ ୧-୦ରେ ଅଗ୍ରଣୀ ଦେଇଥିଲେ। ଜବାବରେ ଇଂଲଣ୍ଡର ଲିଲି ଓସଲି ୫୪ ମିନିଟରେ ଗୋଲ ଦେଇ ନିଜ ଦଳକୁ ସମାନ ସ୍ତରକୁ ଆଣିଥିଲେ। ଇଂଲଣ୍ଡକୁ ୯ ଥର ପେନାଲ୍ଟି କର୍ଣ୍ଣର ମାରିବାକୁ ସୁଯୋଗ ମିଳିଥିଲା।

ରାଉରକେଲା ନିକଟସ୍ଥ ପାନପୋଷସ୍ଥିତ ଖେଳ ଛାତ୍ରାବାସରେ ନମିତା ନିଜ ଖେଳ କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦୦୭ରେ ଓଡ଼ିଶା ଟିମ୍‌ରେ ସକ୍ରିୟ ସଦସ୍ୟ ଭାବେ ଅଂଶ ଗ୍ରହଣ କରିଥିଲେ। ୨୦୧୧ରେ ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ହକି ଏସିଆ କପ୍‌ ୧୮ ବର୍ଷରୁ କମ୍‌ ବାଳିକାରେ ଭାରତ କାଂସ୍ୟ ପଦକ ଜିତିଥିଲା। ଟପ୍ପୋଙ୍କ ପ୍ରଦର୍ଶନରେ ଖୁସି ହୋଇ ଚୟନକାରୀ ଦଳ ତାଙ୍କୁ ଡବଲିନ ଚାମ୍ପିଅନ୍‌ସିପରେ ସୁଯୋଗ ଦେଇଥିଲେ।

୧୫୦ ତମ ମ୍ୟାଚ ଖେଳିଥିବା ନମିତା ଟପ୍ପୋଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ସେ ମିଡ ଫଲ୍ଡର ଖେଳାଳି ଭାବେ ଭଲ ଡିଫେନ୍ସ କରନ୍ତି। ତାଙ୍କର ବ୍ୟକ୍ତିଗତ ପ୍ରଦର୍ଶନ ଯୋଗୁଁ ଭାରତୀୟ ହକି ଟିମ୍‌ ଅନେକ ସମୟରେ ମ୍ୟାଚ ବିଜୟୀ ହୋଇଛି।

-ମହମ୍ମଦ ମୁସ୍ତାକ ଅହମଦ, ସାଧାରଣ ସଂପାଦକ, ହକି ଇଣ୍ଡିଆ

 

ସମ୍ବନ୍ଧିତ ଖବର